ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ଭାରତରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଦକ୍ଷିଣ ଭାରତରେ ବର୍ଷାର ପ୍ରକୋପ ଲଗାତାର ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଆଗାମୀ ଡିସେମ୍ବର ୧ ତାରିଖ ଯାଏଁ ୮ଟି ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ଆଶଙ୍କା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ତାମିଲନାଡୁ, ପୁଡୁଚେରି, କେରଳ, ଆନ୍ଧ୍ରପ୍ରଦେଶ, ଲକ୍ଷାଦୀପରେ ଡିସେମ୍ବର ୧ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ। କୋମୋରିନ କ୍ଷେତ୍ର ଓ ଶ୍ରୀଲଙ୍କାର ସମୁଦ୍ର ଉପକୂଳରେ ପବନ ବୋହୁଛି। ଏତଦବ୍ୟତୀତ ଲଘୁଚାପ ପ୍ରଭାବରେ ଓଡ଼ିଶା, ଗୁଜରାଟ, ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ବର୍ଷା ହୋଇପାରେ। ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି। ସୂଚନାଯୋଗ୍ୟ, ଶନିବାର ମଧ୍ୟ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ରାଜ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି।