ନିମାପଡା,ଏନ୍ଏନ୍ଏସ୍: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଜନ୍ମ କରି ରାସ୍ତା କଡରେ ଫିଙ୍ଗି ଦେଇଥିଲା ମାଆ। ଏଭଳି ଘଟଣା ଘଟିଛି ନିମାପଡା-ପିପିଲି ଅନ୍ତର୍ଗତ ସାତଶଙ୍ଖ-ବଳଙ୍ଗା ମୁଖ୍ୟ ରାସ୍ତାରେ। ଉକ୍ତ ରାସ୍ତା କଡରେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ନିମାପଡା-ପିପିଲି ଅନ୍ତର୍ଗତ ସାତଶଙ୍ଖ-ବଳଙ୍ଗା ମୁଖ୍ୟ ରାସ୍ତାରେ ରବିବାର ସକାଳେ କିଛି ବ୍ୟକ୍ତି ଏକ ନବଜାତ ଶିଶୁ କନ୍ୟାକୁ ଦେଖିଥିଲେ। ଉଦ୍ଧାର ବେଳେ ଶିଶୁ କନ୍ୟାଟି ଜୀବିତ ଥିଲା। ପରେ ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟାଟିକୁ କପଡା ଘୋଡାଇ ଏକ ବ୍ୟାଗ୍ରେ ଭିତରେ ଭର୍ତ୍ତି କରି ଫିଙ୍ଗିଥିବା କୁହାଯାଉଛି। ଶିଶୁଟିକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।