ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ମେଡାଲ ଜିତିଲେ ୪ ପ୍ରତିଯୋଗୀ, ପୁରସ୍କୃତ କଲେ ବିଧାୟକ ମୋକିମ

କଟକ,ଏନ୍ଏନ୍ଏସ୍: ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ଓଡିଶା ତଥା କଟକରୁ ୪ ପ୍ରତିଯୋଗୀ ମେଡାଲ ଜିତିଛନ୍ତି। ଏହି କୀର୍ତ୍ତିମାନ ପାଇଁ ଏହି ୪ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଏତେ କମ ବୟସରେ ଯୋଗରେ ଏତେ ବଡ଼ ସ୍ଥାନ ହାସଲ ପାଇଁ କଟକ ସର୍ବଦା ଗର୍ବିତ ବୋଲି କହିଛନ୍ତି ମୋକିମ।

ଅନ୍ୟପଟେ ରାଜ୍ୟ ସରକାର ଯୋଗକୁ ଅଣଦେଖା କରୁଛନ୍ତି। ଯେଉଁ ପ୍ରାଧାନ୍ୟ ମିଳିବା କଥା ଏଯାବତ କ୍ରୀଡା ହିସାବରେ ତାହା ମିଳି ପାରିନାହିଁ। ଆଗାମୀ ଦିନରେ ଯୋଗକୁ ରାଜ୍ୟ ସରକାର ଫୋକସ କଲେ ଅନେକ ପ୍ରତିଭାବାନ ଖେଳାଳି ବିଶ୍ୱ ଦରବାରରେ ଓଡିଶାକୁ କରିବେ ଗର୍ବିତ।