ବୁଦାମୂଳରେ ପଡ଼ିଥିବା କାଗଜ ପେଟରୁ ନବଜାତକ ଶିଶୁ ଉଦ୍ଧାର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସୁଦପଡ଼ା ରେଳ ବ୍ରିଜ୍ ନିକଟରୁ ଜଣେ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ବୁଦାମୂଳରୁ କାଗଜ ପେଟରୁ ନବଜାତକ ଶିଶୁ ଉଦ୍ଧାର ହୋଇଛନ୍ତି। ବିଳମ୍ବିତ ରାତିରେ କାଗଜ ପେଟି ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। କିଏ କ’ଣ ପାଇଁ ଏପରି କାର୍ଯ୍ୟ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପାଖରେ ଥିବା ସିସିଟିଭିକୁ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ଏବଂ ଶିଶୁକନ୍ୟାକୁ ଊଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।