କେବେ ସରିବ କୃଷକଙ୍କ ଆନ୍ଦୋଳନ କହିଲେ ରାକେଶ ଟିକେତ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସର୍ବସମ୍ମତିକ୍ରମେ କୃଷି ଆଇନ ପ୍ରତ୍ୟାହର କରିବାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପଦକ୍ଷେପ ପରେ ଏବେ ଭାରତୀୟ କୃଷକ ୟୁନିୟନର ପ୍ରବକ୍ତା ରାକେଶ ଟିକେତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାକେଶ ଟିକେତ ଟ୍ୱିଟ୍ କରି ଆନ୍ଦୋଳନ ଶେଷ ହୋଇନଥିବା କହିଛନ୍ତି। ସରକାର ଏମଏସପି ଉପରେ ଗ୍ୟାରେଣ୍ଟି ଦେବା ପରେ ହିଁ ଆମେ ଘରକୁ ଫେରିବୁ ବୋଲି ରାକେଶ ଟିକେତ ପ୍ରକାଶ କରିଛନ୍ତି।

ରାକେଶ ଟିକେତ କହିଛନ୍ତି ଯେ, ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବୈଠକ ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ। ଜାନୁଆରୀ ୧ ତାରିଖ ପରେ କୃଷକଙ୍କ ଆୟ ୨ଗୁଣା ହେବ ବୋଲି ମୋଦୀ ଜୀ କହିଛନ୍ତି, ତାହା କେମିତି ହେବ ବୋଲି ଆମେ ପଚାରିବୁ। ନିଜ ଫସଲର ସଠିକ ମୂଲ୍ୟ ମିଳିବା ପରେ ହିଁ କୃଷକ ବିଜୟ ହାସଲ କରିବେ।