ପାକିସ୍ତାନ ପାଖରେ ଟଙ୍କାର ଅଭାବ ରହିଥିବା ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ପାଖରେ ଦେଶ ଚଲାଇବା ପାଇଁ ଟଙ୍କା ନାହିଁ। ସେଥିପାଇଁ ବିଦେଶୀ ଦେଶ ପାଖରେ ହାତ ପତେଇବାକୁ ପଡ଼ୁଛି। ଏକଥା ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସ୍ୱୀକାର କରିଛନ୍ତି।

ପାକିସ୍ତାନ ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁ ପୂର୍ବରୁ ପ୍ରଥମ ଟ୍ରାକ୍ ଏଣ୍ଡ ଟ୍ରେସ୍ ସିଷ୍ଟମର ଉଦଘାଟନ ସମାରୋହକୁ ସମ୍ବୋଧନ କରି ଇମ୍ରାନ ଖାନ୍ କହିଛନ୍ତି ଯେ, ଦେଶ ଚଳାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନଥିବା ଆମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ସେଥିପାଇଁ କରଜ ନେବାକୁ ପଡ଼ୁଛି। କମ୍ ରାଜସ୍ୱ ଆଦାୟ ଓ ବିଦେଶଠାରୁ କରଜ ନେବା ଟଙ୍କା ଅଭାବର କାରଣ। ପାକିସ୍ତାନ ସୁରକ୍ଷା ଏବେ ରାଷ୍ଟ୍ରୀୟ ପ୍ରସଙ୍ଗରେ ପରିଣତ ହୋଇଛି।