ପାଟଣାଗଡ଼,ଏନ୍ଏନ୍ଏସ୍: ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ ଆଜି ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରିଥିଲା। ବ୍ଲକ ସଭାନେତ୍ରୀ ବିଦିସ୍ମିତା ମହାକୁଡ଼ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶୋଭାଯାତ୍ରା ବିଜେଡି କାର୍ଯ୍ୟାଳୟରୁ ବାହାରି ଏନଏସି ଅଫିସ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହାସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାଟଣାଗଡ଼ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କୁ ପ୍ରଦାନ କରିଥିଲେ। ଏଥିରେ ପାଟଣାଗଡ଼ ବିଧାୟକଙ୍କ ପ୍ରତିନିଧି ସୁକୁମାର ବାରିକ, ସୁଜିତ ମେହେର, ପରେଶ ସାହୁ, କସ୍ତୁରୀ ସେଠ, ସାବିତ୍ରୀ ନାଗ, ବ୍ଲକ ସଭାପତି ଯୁବରାଜ ମେହେର, ନଗର ସଭାପତି ପ୍ରଫୁଲ୍ଲ ମେହେର ଓ ଜୟଶ୍ରୀ ମେହେରଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ।