ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ବିଧାନସଭା ଆଜି ବିବାଦସ୍ପଦ ‘ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଓ ସବୁ କ୍ଷେତ୍ର ସମାବେଶୀ ବିକାଶ ଆଇନ ୨୦୨୦’କୁ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟ ଲାଗି ୩ଟି ରାଜଧାନୀ ଫେରାଇ ନେବା ହେଉଛି ଏହି ବିଧେୟକର ଉଦ୍ଦେଶ୍ୟ। କିନ୍ତୁ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀ ବିଧାନସଭାରେ କହିଛନ୍ତି ଯେ, ତାଙ୍କ ସରକାର ଏକ ‘ବ୍ୟାପକ, ପୂର୍ଣ୍ଣ ଓ ଭଲ’ ବିକେନ୍ଦ୍ରୀକରଣ ବିଧେୟକ ଆଣିବ। ଲୋକଙ୍କ ବ୍ୟାପକ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୦ ଆଇନକୁ ପ୍ରତ୍ୟାହାର କରାଯାଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀ ଆରୋପ ଲଗାଇଛନ୍ତି କି, ରାଜ୍ୟର ବିକେନ୍ଦ୍ରୀକରଣ ବିକାଶରେ ଆମ ଉଦ୍ଦେଶ୍ୟକୁ ନେଇ ଲୋକଙ୍କୁ ଭୁଲ ସୂଚନା ଦିଆଯାଇଛି। ଆଇନ ସମ୍ବନ୍ଧୀୟ ବାଧା ସୃଷ୍ଟି କରାଯାଇ ମାମଲା ମଧ୍ୟ ଦାୟର କରାଯାଇଛି।
ସୂଚନାଯୋଗ୍ୟ, ଆନ୍ଧ୍ର ସରକାରଙ୍କ ୩ ରାଜଧାନୀ ସମ୍ବନ୍ଧୀୟ ଆଇନକୁ ନେଇ କୃଷକ ଓ ଜମି ମାଲିକ ଖୁସି ନଥିଲେ ଓ ଲଗାତାର ବିରୋଧ କରିଥିଲେ। କୃଷକ ଅମରାବତୀରୁ ତିରୁପତି ପର୍ଯ୍ୟନ୍ତ ପଦଯାତ୍ରା ମଧ୍ୟ କରିଥିଲେ। ଇତିମଧ୍ୟରେ ଆଇନ ରଦ୍ଦ ସମ୍ବନ୍ଧୀୟ ବିଧେୟକ ବିଧାନସଭାରେ ପାରିତ କରାଯାଇଛି।