ଅଭିନନ୍ଦନ ବର୍ଧମାନ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ବୀରତା ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଅଳଙ୍କରଣ ସମାରୋହରେ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଅଭିନନ୍ଦନ ବର୍ଧମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି। ଅଭିନନ୍ଦନ ୨୦୧୯ ଫେବୃୟାରୀ ୨୭ରେ ପାକିସ୍ତାନୀ ଲଢ଼ୁଆ ବିମାନ ଏଫ୍-୧୬କୁ ଉଡ଼ାଜାହଜ ଯୁଦ୍ଧରେ ମାରିକିି ତଳେ ପକାଇ ଦେଇଥିଲେ। ପରେ ଅଭିନନ୍ଦନ ୩ ଦିନ ପର୍ଯ୍ୟନ୍ତ ପାକିିସ୍ତାନ କବଜାରେ ରହିଥିଲେ।

ସେହିପରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିଥିବା ସପର ପ୍ରକାଶ ଯାଦବଙ୍କୁ ମରଣୋପରାନ୍ତ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଏହି ପୁରସ୍କାର ତାଙ୍କ ମା’ ଓ ପତ୍ନୀଙ୍କୁ ପ୍ରଦାନ କରିଛନ୍ତି।