ଭୁବନେଶ୍ୱର,ଏଜେନ୍ସି: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଜୁନିଅର ପୁରୁଷ ହକି ବିଶ୍ୱ କପ୍ ଆସନ୍ତା ସପ୍ତାହରୁ କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପେ୍ଲକ୍ସରେ ଏଫ୍ଆଇଏଚ୍ ହକି ପୁରୁଷ ଜୁନିୟର୍ ବିଶ୍ୱକପ୍ ଆରମ୍ଭ ହେବ। ବିଭିନ୍ନ ଦେଶର ଟିମ ଏଠାକୁ ଆସିଲେଣି । ଏହି ମଧ୍ୟରେ ଆଜି ପାକିସ୍ତାନ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ଏହା ପୂର୍ବରୁ ଆଜି ଆଉ ୩ଟି ଟିମ୍ ଜର୍ମାନୀ, ପୋଲାଣ୍ଡ୍ ଓ କାନାଡା ଭୁବନେଶ୍ୱରରେ ପହଞ୍ଚିଥିଲେ। ଏଥିସହିତ ମୋଟ ୧୨ଟି ଦଳ ଓଡ଼ିଶାରେ ପହଞ୍ଚିଛନ୍ତି। ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଭାଗ ନେଉଥିବା ବେଳେ ଖୁବ୍ଶୀଘ୍ର ଆଉ ୩ଟି ଟିମ୍ ଏଠାରେ ପହଞ୍ଚିବେ।