ମଧ୍ୟପ୍ରଦେଶ: କମେଡିୟାନ ବୀର ଦାସ ମଧ୍ୟପ୍ରଦେଶରେ ଆଉ ଶୋ’ କରିପାରିବେ ନାହିଁ। ବୀରଙ୍କ ନାଁରେ ବିବାଦ ଉପୁଯିବା ପରେ ରାଜ୍ୟ ସରକାର ତାଙ୍କ ଶୋ’କୁ ମଞ୍ଜୁରୀ ପ୍ରଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ସୂଚନା ଦେଇଛନ୍ତି। ନଭେମ୍ବର ୧୩ରେ ଆମେରିକାରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ବୀର ମହିଳା ସୁରକ୍ଷା, କରୋନା, ପ୍ରଦୂଷଣ ଓ କୃଷକଙ୍କୁ ବିରୋଧ ଭଳି ବିଭିନ୍ନ ପ୍ରସଙ୍ଗରେ ୨ଟି ଭାରତର ତୁଳନା କରିଥିଲେ।
ସୂଚନାଯୋଗ୍ୟ, ବୀର ଦାସଙ୍କ ଏହି ୭ ମିନିଟର ଭିଡିଓ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା। ବିଜେପି ଦିଲ୍ଲୀ ପ୍ରବକ୍ତା କଥିତ ରୂପେ ଦେଶକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ଅଭିଯୋଗ ଦାୟର କରିଥିଲେ। ଅନ୍ୟପଟେ ଦେଶକୁ ଅପମାନିତା କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ବୀର ଦାସ ସଫେଇ ଦେଇଥିଲେ।