ମଞ୍ଚେଶ୍ୱର ଥାନା ପୁଲିସର ଜୁଆ ଆଡାରେ ଚଢ଼ଉ, ୧୫ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ କଟକ ବାଇପାସ ରାସ୍ତା ପାଣ୍ଡରା ଅଞ୍ଚଳରେ ଥିବା ଥିବା ରୋହି ହୋଟେଲ ନିକଟରୁ ଏକ ବଡ଼ ଜୁଆଡି ଗ୍ୟାଙ୍ଗ ଧରାପଡ଼ିଛନ୍ତି। ରୋହି ହୋଟେଲ ପଛପଟେ ଥିବା ପ୍ରାଚୀବିହାର ସେହ୍ନଲତା ପ୍ରୋଜେକ୍ଟ ମାଲିକ ଶିଶିର ଦାସଙ୍କ ଜାଗାରେ ଜୁଆଖେଳ ଚାଲୁଥିବା ମଞ୍ଚେଶ୍ୱର ପୁଲିସ ଖବର ପାଇଥିଲା। ପରେ ପୁଲିସର ଏକ ଟିମ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା। ଏହି ସମୟରେ ସେଠାରେ ଜୁଆ ଖେଳୁଥିବା ୧୫ ଜଣଙ୍କୁ ପୁଲିସ ଗିରଫ କରି ଥାନାକୁ ଆଣିଥିବା ଜଣାପଡ଼ିଛି।