ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଦେଶକୁ ତା’ର ପ୍ରଥମ ସ୍ୱଦେଶୀ ଆକ୍ରମଣକାରୀ ହେଲିକପ୍ଟର ‘ଲାଇଟ କମ୍ବାଟ ହେଲିକେପ୍ଟର’ ମିଳିବାକୁ ଯାଉଛି । ଆସନ୍ତାକାଲି ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାକୁ ଲାଇଟ କମ୍ବାଟ ହେଲିକେପ୍ଟର ପ୍ରଦାନ କରିବେ । ସ୍ୱାଧୀନତାର ଅମୃତ ମହୋତ୍ସବ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରାଳୟ ନଭେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରକ୍ଷା ସମର୍ପଣ ପର୍ବ ପାଳନ କରିବ ।
ସୂଚନାଯୋଗ୍ୟ, ଏଲସିଏଚ ସ୍ୱଦେଶୀ ଆକ୍ରମଣକାରୀ ହେଲିକେପ୍ଟରକୁ କାର୍ଗିଲ ଯୁଦ୍ଧ ପରେ ହିଁ ଭାରତ ପ୍ରସ୍ତୁତ କରିବା ପାଇଁ ମନସ୍ଥ କରିଥିଲା । କାରଣ ସେହି ସମୟରେ ଭାରତ ପାଖରେ ଏପରି ଆକ୍ରମଣକାରୀ ହେଲିକେପ୍ଟର ନଥିଲା । ଏହି ହେଲିକେପ୍ଟରଟି ୧୫-୧୬ ହଜାର ଫୁଟ ଉଚ୍ଚକୁ ଯାଇ ଶତ୍ରୁ ବଙ୍କର୍ସକୁ ନଷ୍ଟ କରିଦେବ । କିନ୍ତୁ ଏହି ପ୍ରୋଜେକ୍ଟକୁ ୨୦୦୬ରେ ମଞ୍ଜୁରୀ ମିଳିବ । ଗତ ୧୫ ବର୍ଷର କଠିନ ପରିଶ୍ରମ ପରେ ଏହି ଲାଇଟ କମ୍ବାଟ ହେଲିକେପ୍ଟର ପ୍ରସ୍ତୁତ ହୋଇଛି ।