ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳାଳି ଗ୍ରେଟ ଖଲିଙ୍କୁ ଭେଟିଛନ୍ତି । କେଜ୍ରିୱାଲ ନିଜର ଓ ଖଲିଙ୍କର ଏକ ଫଟୋ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଦିଲ୍ଲୀର ବିଜୁଳି, ଶିକ୍ଷା ଓ ହସ୍ପିଟାଲ ପାଇଁ ତାଙ୍କ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଖଲି ପ୍ରଶଂସା କରିଥିବା ଟ୍ୱିଟରେ କେଜ୍ରିୱାଲ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, କେଜ୍ରିୱାଲ ଓ ଖଲିଙ୍କ ଫଟୋକୁ ପଞ୍ଜାବ ବିଧାନସଭା ନିର୍ବାଚନ ସହ ଯୋଡ଼ିକି ଦେଖାଯାଉଛି । ଖଲି ପଞ୍ଜାବର ମୂଳ ନିବାସୀ ହୋଇଥିଲେ ହେଁ ଏବେ ସେ ପଞ୍ଜାବରେ ରହୁଛନ୍ତି । ଏଥିସହିତ ପଞ୍ଜାବରେ ଆଉ ୩ ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।