ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ଏବେ ଆଉ ଏକ ବଡ଼ ଦାୟିତ୍ୱ ମିଳିଛି । ଗାଙ୍ଗୁଲୀ ଏବେ ଆଇସିସି କ୍ରିକେଟ କାଉନସେଲିଂର ନୂଆ ଚେୟାରମ୍ୟାନ ହେବେ । ଏନେଇ ଆଇସିସି ଗଭର୍ଣ୍ଣିଂ ବଡ଼ି ସୂଚନା ଦେଇଛନ୍ତି । ଗାଙ୍ଗୁଲୀ ଏବେ ଅନିଲ କୁମ୍ବଲେଙ୍କ ପଦ ସମ୍ଭାଳିବେ ।
ଏହି ଅବସରରେ ଆଇସିସି ଚେୟାରମ୍ୟାନ୍ ଗ୍ରେଗ ବାର୍କଲ କହିଛନ୍ତି ଯେ, ଏହି ପଦ ଲାଗି ସୌରଭ ଗାଙ୍ଗୁଲୀଙ୍କ ନାମ ଘୋଷଣା କରି ମୁଁ ବେଶ୍ ଉତ୍ସାହିତ ଅଛି । ସେ ଦୁନିଆର ଭଲ ଖେଳାଳିଙ୍କ ମଧ୍ୟରେ ସାମିଲ ରହିଛନ୍ତି । ଏମିତିରେ ତାଙ୍କ ଅନୁଭବ କ୍ରିକେଟ ସହ ଜଡ଼ିତ ପଦକ୍ଷେପ ନେବାରେ ସହାୟକ ହେବ । ଗତ ୯ ବର୍ଷ ହେବ ଏହି ପଦରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ଅନୀଲ କୁମ୍ବଲେଙ୍କୁ ଅଶେଷ ଧନ୍ୟବାଦ । କୁମ୍ବଲେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ରିକେଟ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।