ନୂଆଦିଲ୍ଲୀ,ଏଜେନ୍ସି: ବର୍ଷ ୨୦୨୧ ପାଇଁ ଆଜି କ୍ରୀଡ଼ା କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଆଜି ୧୨ ଜଣ ଖେଳାଳିଙ୍କୁ ମେଜର ଧ୍ୟାନ ଚନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ମଧ୍ୟରେ ଓଡ଼ିଆ ପୁଅ ପ୍ରମୋଦ ଭଗଦ ମଧ୍ୟ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେହିପରି ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର, ୫ ଜଣଙ୍କୁ ଆଜୀବନ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ୫ ଜଣଙ୍କୁ ରେଗୁଲାର କ୍ୟାଟେଗୋରିରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଆଉ ୫ ଜଣଙ୍କୁ ଆଜୀବନ ଧ୍ୟାନ ଚନ୍ଦ ପୁରସ୍କାର ପ୍ରଦାନ କରାଯାଇଛି।
ଗତ ୪ ବର୍ଷରେ କ୍ରୀଡ଼ା କ୍ଷେତ୍ର କ୍ଷେତ୍ରରେ ଚମତ୍କାର ଓ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବା ଆଥଲେଟ ନିରଜ ଚୋପ୍ରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହିତ ରବି ଦହିଆ(କୁସ୍ତି), ପିଆର ଶ୍ରୀଜେଶ(ହକି), ଲବଲିନା ବୋର୍ଗୋହେନ(ବକ୍ସିଂ), ସୁନିଲ ଛେତ୍ରି(ଫୁଟବଲ୍), ମିଥାଲି ରାଜ(କ୍ରିକେଟ), ପ୍ରମୋଦ ଭଗତ(ପାରା ବ୍ୟାଡମିଣ୍ଟନ), ଅଭନି ଲେଖାରା(ପାରା ସୁଟିଂ), ସୁମିତ ଅନ୍ତିଲ(ପାରା ଆଥଲେଟ), କ୍ରିଷ୍ଣା ନାଗର(ପାରା ବ୍ୟାଡମିଣ୍ଟନ), ମନିଷ ନରୱାଲ(ପାରା ସୁଟିଂ) ଓ ମନପ୍ରିତ ସିଂହ(ହକି)ଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।
ଅର୍ଜୁନ ପୁରସ୍କାର: କ୍ରିକେଟ କ୍ଷେତ୍ରରେ ଶିଖର ଧାୱନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଅରପିନ୍ଦର ସିଂହ(ଆଥଲେଟ), ସିମରନଜିତ କୌର(ବକ୍ସିଂ), ଭବାନି ଦେବି(ଫେନ୍ସିଂ), ମୋନିକା(ହକି), ବନ୍ଦନା କଟାରିଆ(ହକି), ହିମାନି ଉତ୍ତମ ପରବ(ଆଥଲେଟ), ଅଭିଷେକ ବର୍ମା(ସୁଟିଂ), ସନ୍ଦିପ ନରବାଲ(କବାଡ଼ି), ଅଙ୍କିତ ରେନା(ଟେନିସ), ଦିପକ ପୁନିଆ(କୁସ୍ତି), ଦିଲପ୍ରିତ ସିଂହ(ହକି), ଯୋଗେଶ କଥୁନିଆ(ଡିସକସ ଥ୍ରୋ), ନିଷାଦ କୁମାର(ଉଚ୍ଚ କୁଦ), ପ୍ରବିଣ କୁମାର(ଉଚ୍ଚ କୁଦ), ଶରଦ କୁମାର(ଉଚ୍ଚ କୁଦ), ସୁହାସ ଏଲବାଇ(ପାରା ବ୍ୟାଡମିଣ୍ଟନ), ସିଂହରାଜ ଅଧ୍ୟାନା(ସୁଟିଂ), ହରବିନ୍ଦର ସିଂହ(ତୀରନ୍ଦାଜୀ), ଭବାନି ପଟେଲ(ଟେବୁଲ ଟେନିସ) ସହିତ ପୁରୁଷ ହକି ଦଳର ହରମନପ୍ରିତ ସିଂହ, ରୁପିନ୍ଦର ପାଲ ସିଂହ, ସୁରେନ୍ଦ୍ର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ବିବେକସାଗର ପ୍ରସାଦ, ଗୁରଜିତ ସିଂହ, ମନ୍ଦିପ ସିଂହ, ଶମଶେର ସିଂହ, ଲଲିତ କୁମାର ଉପାଧ୍ୟାୟ, ବଋଣ କୁମାର ଓ ସିମରନଜିତ ସିଂହଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଦ୍ରୋଣାଚାର୍ଯ୍ୟ ଆଜୀବନ ପୁରସ୍କାର: ଟିପି ଓସେଫ(ଆଥଲେଟ), ସରକାର ତଲବାର(କ୍ରିକେଟ), ସରପାଲ ସିଂହ(ହକି), ଅଶନ କୁମାର(କବାଡ଼ି), ତପନ କୁମାର ପେନଗଡ଼ି(ସ୍ୱିମିଂ)।
ଦ୍ରୋଣାଚାର୍ଯ୍ୟ ରେଗୁଲାର ପୁରସ୍କାର: ରାଧାକୃଷ୍ଣ ନାୟର ପି(ଆଥଲେଟ), ସନ୍ଧ୍ୟା ଗୁଋଂଗ(ବକ୍ସିଂ), ପ୍ରିତମ ସିବଚ(ହକି), ଜୟ ପ୍ରକାଶ ନୌଟିଆଲ(ପାରା ସୁଟିଂ), ସୁବ୍ରଃମଣ୍ୟମ ରମଣ(ଟେବୁଲ ଟେନିସ)।
ଆଜୀବନ ଧ୍ୟାନ ଚନ୍ଦ ପୁରସ୍କାର: କେସି ଲେଖା, ଅଭିଜିତ ଖୁଣ୍ଟିଆ, ଦଭିନ୍ଦର ସିଂହ ଗର୍ଚ୍ଛା, ବିକାସ କୁମାର ଓ ସଜନ ସିଂହ ଏହି ପୁରସ୍କାର ପାଇଛନ୍ତି।