ଆଲୋକର ପର୍ବ ଦୀପାବଳିରେ ଝଲସୁଛି ପୂରା ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ଆଲୋକର ପର୍ବ ଦୀପାବଳିକୁ ନେଇ ଏବେ ସାରା ଦେଶରେ ଉତ୍ସବର ମାହୋଲ। ଘରକୁ ସୀମା ଯାଏଁ ଦିପାବଳି ମନାଇବା ପାଇଁ ଉତ୍ସହା ଦେଖାଦେଇଛି। କରୋନା ପ୍ରଭବାରୁ ଫିକା ପଡିଥିବା ଆଲୋକ ପର୍ବ ପୁଣି ଥରେ ଝଲସି ଉଠିଛି। ଦୀପାବଳି ପାଳନର କିଛି ନିଆରା ମୁହୂର୍ତ୍ତ ଅଟେ।

ସୀମାରେ ସେନା ଦୀପାବଳି ପାଳନ କରୁଥିବାର ଝଲକ ଦେଖିବାକୁ ମିଳିଛି। ଉତ୍ତାରଖଣ୍ଡରେ ୧୪ ହଜାର ଫୁଟ୍ ଉଚ୍ଚରେ ଆଇଟିବିପି ଯବାନମାନେ ଦୀପ ଲଗାଇ ଉତ୍ସବ ପାଳନ କରିଛନ୍ତି। ଏହାସହିତ ଛତିଶଗଡର ରାଜନାନ୍ଦଗ୍ରମାରେ ଆଇଟିବିପି ଯବାନ ପାଳିଲେ ଦୀପାବଳି।

ତ୍ୟାଗରାଜ ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଉତ୍ସବରେ ଯୋଗ ଦେଇଛନ୍ତି। ସେହିପରି ପଞ୍ଚବାର ଅମୃତସରରେ ଦୀପାବଳି ପାଲଇତ ହୋଇଛି। ଉତ୍ତରାଖଣ୍ଡରେ କେଦାରନାଥ ମନ୍ଦିରରେ ଆଳତୀ ମଧ୍ୟ କରାଯାଇଥିଲା।