Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବ୍ଳୁ ବେବି ସିଣ୍ଡ୍ରୋମ୍: ଯେଉଁଥିରେ ଶିଶୁଙ୍କ ଶରୀର ନୀଳ ପଡ଼ିଯାଏ, ଜାଣିବା ଆସନ୍ତୁ ଏହାର କାରଣ, ଲକ୍ଷଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବ୍ଳୁ ବେବି ସିଣ୍ଡ୍ରୋମ୍: ଯେଉଁଥିରେ ଶିଶୁଙ୍କ ଶରୀର ନୀଳ ପଡ଼ିଯାଏ, ଜାଣିବା ଆସନ୍ତୁ ଏହାର କାରଣ, ଲକ୍ଷଣ

ତିନି ମାସରୁ କମ୍ ବୟସର ଶିଶୁଙ୍କୁ ବ୍ଲୁ ବେବି ସିଣ୍ଡ୍ରୋମ୍ ବା ମେଥେମୋଗ୍ଲୋବିନେମିଆ ହେବାର ଆଶଙ୍କା ସବୁଠୁ ଅଧିକ। ମାତ୍ର ବେଳେବେଳେ କେତେକ କାରଣରୁ ଏହାଠୁ ଅଧିକ ବୟସର ଶିଶୁ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ସମଗ୍ର ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଅନେକ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି।

କାରଣ
ପ୍ରଦୂଷଣ କେବଳ ବଡ଼ମାନଙ୍କର ଫୁସ୍‌ଫୁସ୍‌, ହାର୍ଟ, କିଡ୍‌ନି ଆଦିକୁ ରୋଗାକ୍ରାନ୍ତ କରେନାହିଁ, ପିଲାମାନଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ଦେଖିବାକୁ ମିଳେ। ପ୍ରଦୂଷିତ ପାଣି କାରଣରୁ ପିଲାଏ ବ୍ଲୁ ବେବି ସିଣ୍ଡ୍ରୋମ୍ ରୋଗର ଶିକାର ହୋଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଶରୀର ନୀଳ ପଡ଼ିଯାଏ। ଫଳରେ ସେମାନଙ୍କ ଶରୀରରେ ଅମ୍ଳଜାନର ମାତ୍ରା କମ୍ ହୋଇଯାଏ ଓ ନାଇଟ୍ରେଟ୍ ଭଳି ହାନିକାରକ ଅଣୁର ମାତ୍ରା ବୃଦ୍ଧି ପାଏ। ରକ୍ତରେ ଅମ୍ଳଜାନ କମ୍ ହେବାରୁ ତ୍ୱଚାର ରଙ୍ଗ ନୀଳ ହୋଇଯାଏ। ଏହା ବ୍ୟତୀତ ବ୍ଳୁ ବେବି ସିଣ୍ଡ୍ରୋମ୍‌ର ଆହୁରି ଅନ୍ୟାନ୍ୟ କାରଣ ରହିଛି । ମାତ୍ର ନାଇଟ୍ରେଟ୍ ଦ୍ୱାରା ଦୂଷିତ ପାଣି ପିଇବା ଏହାର ମୁଖ୍ୟ କାରଣ। ପିଲାଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମ୍ ହୋଇଗଲେ ବ୍ଳୁ ବେବି ସିଣ୍ଡ୍ରୋମ୍ ସ୍ଥିତି ଉପୁଜେ। ପିଲାଟି ଯଦି ନାଇଟ୍ରେଟ୍‌ଯୁକ୍ତ ପାଣି ପିଇଦିଏ, ତା’ହେଲେ ଶରୀର ନାଇଟ୍ରେଟ୍‌କୁ ନାଇଟ୍ରାଇଟ୍‌ରେ ପରିବର୍ତ୍ତିତ କରିଦିଏ। ଏହି ନାଇଟ୍ରାଇଟ୍ ଶରୀରରେ ହିମୋଗ୍ଲାବିନରୁ ସୃଷ୍ଟି ହେୁଏ, ଯେଉଁଥିରୁ ମେଥେମୋଗ୍ଲୋବିନ୍ ତିଆରି ହୁଏ, ଯାହା ଅକ୍‌ସିଜେନ୍ ନେବାରେ ଅସମର୍ଥ ହୁଏ।

ଟିଓଏଫ୍ (ଟେଟ୍ରାଲୋଜି ଅଫ୍ ଫ୍ୟାଲୋଟ୍‌) ଏକ ଗମ୍ଭୀର ଜନ୍ମଜାତ ହୃଦୟ ସ୍ଥିତି, ଯାହା ହୃଦୟରେ ଚାରି ପ୍ରକାର ସଂରଚନାତ୍ମକ ଅସାମାନ୍ୟତା ସୃଷ୍ଟି କରେ। ଏହି କାରଣରୁ ରକ୍ତରେ ଅମ୍ଳଜାନ କମ୍ ହୋଇଯାଏ। ଯେମିତିକି ପଲ୍‌ମୋନରି ଆର୍ଟରୀ ପତଳା ହେବା (ଷ୍ଟେନୋସିସ୍‌), ଭେଣ୍ଟ୍ରିକୁଲର୍ ସେପ୍ଟଲ୍ ଡିଫେକ୍ଟ, ଏରୋଟା ଉପରକୁ ଆସିଯିବା ଓ ଦକ୍ଷିଣ ଭେଣ୍ଟ୍ରିକଲ୍ ବଡ଼ ହୋଇଯିବା ଇତ୍ୟାଦି। ଏହି ସ୍ଥିତି ଶିଶୁଙ୍କ ଶରୀରକୁ ନୀଳ କରିଦିଏ। ଯେକୌଣସି ଜନ୍ମଜାତ ହୃଦୟ ଅସାମାନ୍ୟତା, ଯାହା ପିଲାଙ୍କ ରକ୍ତରେ ଅମ୍ଳଜାନର ମାତ୍ରାକୁ ପ୍ରଭାବିତ କରିଥାଏ, ସେହି କାରଣରୁ ତ୍ୱଚା ନୀଳ ହୋଇପାରେ। ଅସଲ କଥା ହେଉଛି, ହୃଦୟ, ଫୁସ୍‌ଫୁସ୍ ଏବଂ ରକ୍ତରେ କୌଣସି ସମସ୍ୟା ଦେଖାଦେବା ମାତ୍ରେ ଅମ୍ଳଜାନର ମାତ୍ରା କମିଯାଏ ଓ ଏହା ହିଁ ତ୍ୱଚାର ରଙ୍ଗ ନୀଳ ହେବା ପଛର କାରଣ ପାଲଟିଯାଏ।

ଇନ୍‌ହେଲ୍‌ଡ ନାଇଟ୍ରିକ୍ ଅକ୍‌ସାଇଡ୍‌, ଆଣ୍ଟିବାୟୋଟିକ୍ ଔଷଧର ବ୍ୟବହାର, ଅଲ୍‌ସର, କିଡ୍‌ନି ଫେଲ୍ୟୁଅର ଏବଂ ଅନ୍ୟ ହୃଦୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ବ୍ଳୁ ବେବି ସିଣ୍ଡ୍ରୋମର କାରଣ ହୋଇଥାଏ।

ଲକ୍ଷଣ
ଯେତେବେଳେ ଶିଶୁଟିଏ ବ୍ଳୁ ବେବି ସିଣ୍ଡ୍ରୋମ୍‌ର ଶିକାର ହୁଏ, ତା’ର ତ୍ୱଚା ସାୟନୋସିସ୍ କିମ୍ବା ନୀଳ ରଙ୍ଗର ପିଗ୍‌ମେଣ୍ଟେସନ୍‌ର ଅବସ୍ଥାରେ ପ୍ରବେଶ କରେ। ଏହା ସେତେବେଳେ ହୁଏ, ଯେତେବେଳେ ଶ୍ଲେଷ୍ମ ଝିଲ୍ଲୀରେ ଅମ୍ଳଜାନ କମ୍ ହୋଇଯାଏ। ଏହାର ଆଉ କିଛି ଲକ୍ଷଣ ମଧ୍ୟ ରହିଛି। ଯେମିତିକି ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ସାୟନୋସିସ୍‌, ମୁଣ୍ଡବ୍ୟଥା, ଥକ୍କା ଅନୁଭବ, ମୁଣ୍ଡ ବୁଲାଇବା, ଅଚେତ ହେବା, ଚିଡ଼ଚିଡ଼ାପଣ, ଆଙ୍ଗୁଠିର ଆକାର ଅଜବ ଭାବେ ଗୋଲ୍ ହେବା ଓ ଓଜନ ନ ବଢ଼ିବା ଇତ୍ୟାଦି।

ଚିକିତ୍ସା
ନିୟମିତ ଯାଞ୍ଚ କରିବା ପରେ ଡାକ୍ତର ବ୍ଲୁ ବେବି ସିଣ୍ଡ୍ରୋମ୍‌ର ଚିକିତ୍ସା କରିଥାନ୍ତି। ତେବେ ପିଲାଙ୍କ ତ୍ୱଚା ଯଦି ନୀଳ ପଡ଼ିଯାଉଥିବା ଆପଣ ଦେଖିଲେ, ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ। ଡାକ୍ତର ପାରିବାରିକ ଇତିହାସଠୁ ଆରମ୍ଭ କରି ଘରେ କାହାରିଠାରେ ଅନ୍ୟ କିଛି ଲକ୍ଷଣ ଅଛି କି ନାହିଁ, ଖାଇବା ପିଇବା ଅଭ୍ୟାସ ଆଦି ସମ୍ପର୍କରେ ପଚାରି ବୁଝିବା ପରେ ଚିକିତ୍ସା ଆରମ୍ଭ କରିଥାନ୍ତି। ଶିଶୁର ଶରୀର ଫିକା ରଙ୍ଗ ଦେଖି ଓ ହୃଦୟର ସ୍ପନ୍ଦନ ଶୁଣି ମଧ୍ୟ ରକ୍ତ ପରୀକ୍ଷା, ଫୁସ୍‌ଫୁସ୍ ଓ ହୃଦୟର ଆକାର, ଇସିଜି, ହୃଦୟର ଧମନୀର ଯାଞ୍ଚ ପାଇଁ କାର୍ଡିଆକ୍ କ୍ୟାଥେଟେରାଇଜେସନ୍ ଆଦି ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥାନ୍ତି।

ପିଲାଙ୍କୁ ରଖନ୍ତୁ ସୁରକ୍ଷିତ
ସାଧାରଣତଃ ଗ୍ରାମାଞ୍ଚଳ କିମ୍ବା ଅପରିଷ୍କାର ଅଞ୍ଚଳର ଶିଶୁ ବ୍ଳୁ ବେବି ସିଣ୍ଡ୍ରୋମ୍‌ର ଶିକାର ହୋଇଥାନ୍ତି। ଏ କ୍ଷେତ୍ରରେ ଆପଣ ଚାହିଁଲେ କିଛି ସତର୍କତା ଅବଲମ୍ବନ କରି ପିଲାଙ୍କୁ ଏଥିରୁ ସୁରକ୍ଷିତ ରଖିପାରିବେ। ଶିଶୁଙ୍କୁ କୂଅପାଣି ପିଇବାକୁ ଦିଅନ୍ତୁ ନାହିଁ। ମନେରଖନ୍ତୁ ପାଣିକୁ ଫୁଟାଇଲେ ମଧ୍ୟ ନାଇଟ୍ରେଟ୍ ଯାଏ ନାହିଁ। ୧ ଲିଟର ପାଣିରେ ନାଇଟ୍ରେଟ୍‌ର ସ୍ତର ୧୦ ମିଲିଗ୍ରାମ୍‌ରୁ ଅଧିକ ହେବା ଉଚିତ ନୁହେଁ। ଆପଣ ରହୁଥିବା ଅଞ୍ଚଳର ପାଣି କିଭଳି ସେ ସମ୍ବନ୍ଧରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଆପଣଙ୍କୁ ଅଧିକ ତଥ୍ୟ ଦେଇପାରିବେ। ତେଣୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନିଅନ୍ତୁ। ବ୍ରୋକୋଲି, ପାଳଙ୍ଗ, ବିଟ୍ ଓ ଗାଜର ଭଳି ନାଇଟ୍ରେଟ୍‌ରେ ଭରପୂର ପଦାର୍ଥ ପିଲାଙ୍କ ଖାଦ୍ୟରେ ସାମିଲ କରନ୍ତୁ ନାହିଁ। ପିଲାଟି ୭ ମାସର ହେବା ଯାଏଁ ତାକୁ ସୀମିତ ପରିମାଣର କ୍ଷୀର ପିଇବାକୁ ଦିଅନ୍ତୁ। ଗର୍ଭାବସ୍ଥାରେ ଅବୈଧ ଡ୍ରଗ୍‌ସ ନିଅନ୍ତୁ ନାହିଁ। ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ। ଯଦି ଆପଣ ମଧୁମେହ ସମସ୍ୟା ଭୋଗୁଛନ୍ତି, ତା’ହେଲେ ଗର୍ଭାବସ୍ଥାର ପୂରା ସମୟତକ ମଧୁମେହ ନିୟନ୍ତ୍ରଣରେ ରଖନ୍ତୁ।