Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚଲ୍‌ସାର ଚା’ ବଗିଚା, ଘନ ଜଙ୍ଗଲ ଏବଂ ସୁନ୍ଦର ସୁନ୍ଦର ନଦୀ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚଲ୍‌ସାର ଚା’ ବଗିଚା, ଘନ ଜଙ୍ଗଲ ଏବଂ ସୁନ୍ଦର ସୁନ୍ଦର ନଦୀ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ

ବ୍ୟୁରୋ: ପଶ୍ଚିମବଙ୍ଗର ପ୍ରମୁଖ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଭିତରୁ ଚଲ୍‌ସା ଅନ୍ୟତମ। ସିଲିଗୁଡ଼ି ଭଳି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳଠାରୁ ଏହାର ଦୂରତା ଅଧିକ ନୁହେଁ। ଚଲ୍‌ସାର ଚା’ ବଗିଚା, ଘନ ଜଙ୍ଗଲ ଏବଂ ସୁନ୍ଦର ସୁନ୍ଦର ନଦୀ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଠାକାର ଜଙ୍ଗଲରେ ଗଣ୍ଡା ଓ ହାତୀ ଦେଖିବାକୁ ମିଳନ୍ତି। ତେଣୁ ଯେତେବେଳେ ଆପଣ ଏହି ସ୍ଥାନ ବୁଲି ଦେଖିବାକୁ ଆସିବେ, ଗାଁର ଜଣେ ବ୍ୟକ୍ତିଙ୍କୁ ଗାଇଡ୍ ଭାବେ ନେବାକୁ ଭୁଲିବେ ନାହିଁ। ଗଣ୍ଡା ଓ ହାତୀଙ୍କୁ ବାଦ୍ ଦେଲେ ଏହି ସ୍ଥାନର ଜଙ୍ଗଲରେ ଆପଣ ସମ୍ବର, ଦାଗଯୁକ୍ତ, ଭୁକୁଥିବା ଆଦି ଅନେକ ପ୍ରଜାତିର ହରିଣଙ୍କୁ ଦେଖିବାକୁ ପାଇବେ।

ଏଠାରେ ରହିଛି ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ବୁକ୍‌ସା ବ୍ୟାଘ୍ର ଅଭୟାରଣ୍ୟ। ଏହି ଅଭୟାରଣ୍ୟରେ ଆପଣ ଲୁପ୍ତପ୍ରାୟ ବେଙ୍ଗଲ୍ ଟାଇଗର୍ ଦେଖିବାର ସୁଯୋଗ ପାଇବେ। ପ୍ରକୃତିପ୍ରେମୀ ତଥା ଟ୍ରେକିଂ କରିବାକୁ ଭଲପାଉଥିବା ବ୍ୟକ୍ତିଙ୍କ ପାଇଁ ବୁକ୍‌ସା ଅଭୟାରଣ୍ୟ ଏକ ବହୁତ ବଢ଼ିଆ ଭ୍ରମଣ ବିକଳ୍ପ। ବେଙ୍ଗଲ୍ ଟାଇଗର୍ ବ୍ୟତୀତ ବୁକ୍‌ସା ରିଜର୍ଭରେ ଆପଣ ତେନ୍ଦୁଆ ଏବଂ ନାନା ପ୍ରଜାତିର ଗୁଣ୍ଡୁଚି ମୂଷା ଏବଂ ଅନେକ ପ୍ରକାରର ପକ୍ଷୀଙ୍କୁ ଦେଖିପାରିବେ।

ଚଲ୍‌ସା ଓ ଏହାର ଆଖପାଖ ବୁଲି ଦେଖିସାରିବା ପରେ ଆପଣ ଜଲପାଇଗୁଡ଼ି ଭ୍ରମଣ କରିପାରିବେ। ହିନ୍ଦୀରେ ‘ଜଲପାଇଗୁଡ଼ି’ର ଅର୍ଥ ଜୈତୁନ, ଯାହାକୁ ଇଂରାଜୀରେ ଆମେ ଅଲିଭ୍ ବୋଲି କହୁ। ୧୯୯୦ ଦଶକରେ ଜଲପାଇଗୁଡ଼ିରେ ବହୁ ସଂଖ୍ୟକ ଅଲିଭ ଗଛ ଦେଖିବାକୁ ମିଳୁଥିଲା। ଜଲପାଇଗୁଡ଼ିର ଅନ୍ତର୍ଜାତୀୟ ସୀମା ଉତ୍ତରରେ ଭୁଟାନ୍ ଏବଂ ପୂର୍ବରେ ବାଙ୍ଗଲାଦେଶକୁ ସ୍ପର୍ଶ କରିଛି। ଦାର୍ଜିଲିଂ ହିଲ୍‌ସ ଏଠାରୁ ଅଧିକ ଦୂର ନୁହେଁ। ଦିନଟିଏ ସମୟ ବାହାର କରି ଆପଣ ସେଠାକୁ ଯାଇପାରିବେ। ସିଲିଗୁଡ଼ି ଓ ଉତ୍ତର ପଶ୍ଚିମବଙ୍ଗର ସହରଗୁଡ଼ିକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଜଲପାଇଗୁଡ଼ି ଆସିଥାନ୍ତି।

ଜଲପାଇଗୁଡ଼ି ଓ ଏହାର ଆଖପାଖରେ ଥିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ରହିଛି ଜୁବ୍‌ଲି ପାର୍କ, ଟାଉନ କ୍ଳବ ଷ୍ଟାଡିୟମ ଓ ତୀସ୍ତା ନଦୀ। କରାଲା ନଦୀ କୂଳରେ ତିଆରି କରାଯାଇଥିବା ତୀସ୍ତା ପାର୍କ ପିଲାଙ୍କ ପାଇଁ ଏକ ଆଦର୍ଶ ସ୍ଥାନ। ଜଲପାଇଗୁଡ଼ିଠାରୁ ୧୫ କିଲୋମିଟର ଦୂରରେ ରହିଛି ଜଳପେଶ ମନ୍ଦିର। ଏଠାରେ ରହିଛି ଏକ ପ୍ରସିଦ୍ଧ ଶିବ ମନ୍ଦିର। ଜଲପାଇଗୁଡ଼ି ସହରଠାରୁ ୮୦ କିଲୋମିଟର ଦୂରତାରେ ରହିଛି ଏକ ନ୍ୟାସନାଲ୍ ପାର୍କ। ସେଠାକୁ ଯାଇ ମଧ୍ୟ ଆପଣ ଭ୍ରମଣର ମଜା ନେଇପାରିବେ।

ଜଲପାଇଗୁଡ଼ିକୁ ସଡ଼କ, ରେଳ ଏବଂ ଆକାଶ ମାର୍ଗରେ ଯାଇପାରିବେ। ସାରା ବର୍ଷ ଏଠାକାର ପାଣିପାଗ ସୁଖଦ ଥିବାରୁ ବର୍ଷର ଯେ କୌଣସି ସମୟରେ ଆପଣ ପରିବାର ସହ ଏଠାକୁ ବୁଲି ଆସିପାରିବେ। ତେବେ ଶୀତ ଦିନେ ସାଧାରଣତଃ ଅଧିକାଂଶ ପର୍ଯ୍ୟଟକ ଜଲପାଇଗୁଡ଼ି ବୁଲି ଆସିବାକୁ ପସନ୍ଦ କରିଥାନ୍ତି।

ଯଦି ଆପଣଙ୍କ ପାଖରେ ଦିନେ ଦୁଇ ଦିନ ଅଧିକ ସମୟ ଅଛି, ତା’ହେଲେ ଆପଣ ବିନ୍ଦୁ ମଧ୍ୟ ଆସିପାରନ୍ତି। ବିନ୍ଦୁ ଆମ ଦେଶ ଭାରତବର୍ଷର ଶେଷ ଗାଁ। ଏହା ପରଠୁ ଆରମ୍ଭ ହେଉଛି ଭୁଟାନ୍ ଦେଶର ସୀମା। ଏହି ଗାଁର ପରିବେଶ ଖୁବ୍ ସୁନ୍ଦର। ସବୁଜିମା ମଣ୍ଡିତ ଚା’ ବଗିଚା ଏବଂ ଛୋଟ ଛୋଟ ଗାଁ ଦେଇ ଲମ୍ବିଯାଇଥିବା ସଡ଼କ ଦେଇ ବିନ୍ଦୁ ସହରକୁ ଯାତ୍ରା କରିବାବେଳେ ଆପଣ ନିଜକୁ ଭୁଲିଯିବେ। ଏହି ଯାତ୍ରା ଆପଣଙ୍କ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଜଲଢାକା ଧାରା ନଦୀ ଏହି ଗାଁ ଦେଇ ବହିଯାଇଛି। ଏହା ବିନ୍ଦୁର ସର୍ବାଧିକ ଆକର୍ଷଣୀୟ ସ୍ଥାନ। ଫଟୋଗ୍ରାଫିରେ ଆଗ୍ରହ ରଖୁଥିବା ବ୍ୟକ୍ତି ପ୍ରକୃତିର ଅଦ୍ଭୂତ ଫଟୋ ଉଠାଇବା ପାଇଁ ଏହି ସ୍ଥାନକୁ ଆସିପାରନ୍ତି। ଜଲଢାକା ନଦୀ ଉପରେ ନିର୍ମିତ ବନ୍ଧ ମଧ୍ୟ ବିନ୍ଦୁର ଅନ୍ୟତମ ଆକର୍ଷଣୀୟ ସ୍ଥାନ। ବିନ୍ଦୁରେ ରହିଛି ଛୋଟ ଏକ ସ୍ଥାନୀୟ ବଜାର, ଯେଉଁଠୁ ଆପଣ ପାରମ୍ପରିକ କିଛି ସୌଖୀନ୍ ସାମଗ୍ରୀ କିଣି ନେଇ ଘର ସଜାଇ ପାରିବେ। ଏହା ଆପଣଙ୍କ ବିନ୍ଦୁ ଭ୍ରମଣର ସ୍ମାରକୀ ହୋଇ ରହିବ। ବିନ୍ଦୁଠାରୁ ସିଲିଗୁଡ଼ିର ଦୂରତା ବେଶୀ ନୁହେଁ। ଏଠାରେ ଏକ ବିମାନ ବନ୍ଦର ମଧ୍ୟ ରହିଛି। ସଡ଼କ ପଥରେ ସିଲିଗୁଡ଼ିରୁ ବିନ୍ଦୁ ଆସିବାକୁ ତିନି ଘଣ୍ଟା ସମୟ ଲାଗେ। ଅକ୍ଟୋବର ପରେ ଯେ କୌଣସି ସମୟରେ ଆପଣ ବିନ୍ଦୁ ସହରକୁ ବୁଲିବାକୁ ଆସିପାରିବେ।

ଚଲ୍‌ସା କେମିତି ଯିବେ?
ଚଲ୍‌ସା ଯିବାକୁ ହେଲେ ପ୍ରଥମେ ଆପଣ ସିଲିଗୁଡ଼ି ଯାଆନ୍ତୁ। ସିଲିଗୁଡ଼ିଠାରୁ ଚଲ୍‌ସାର ଦୂରତା ପ୍ରାୟ ୬୪ କିଲୋମିଟର। ଶୀତଦିନ ଚଲ୍‌ସା ବୁଲି ଆସିବା ପାଇଁ ସବୁଠୁ ଭଲ ସମୟ।