ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବସନ୍ତନିବାସ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥିଭାବେ ରାଜ୍ୟ କଂଗ୍ରେସ ଓବିସି ମୋର୍ଚ୍ଚା ସଭାପତି ଜ୍ଞାନରଞ୍ଜନ ବେଉରା ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସୁସଂଗଠିତ ହୋଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାଜୁ ସମସ୍ତ ପ୍ରଚେଷ୍ଟା କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାଏକ, ଏସସି ସେଲ ସଭାପତି ମଞ୍ଜୁଳ ନାଏକ, ଜିଲ୍ଲା ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ବାରକୋଟ ବ୍ଲକ ସଭାପତି କ୍ଷୀର ସାଗର ପ୍ରଧାନ, ରିଆମାଳ ବ୍ଲକ ସଭାପତି ସୁଶୀଲ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମିଶ୍ର, ଡିଲେଶ୍ୱର ସାହୁ, ପଞ୍ଚୁଲାଲ ବରାଇ ଓ ବିକାଶ ଖଡିରତ୍ନଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶଗ୍ରହଣ କରିଥିଲେ।