ପୋଖରୀରେ ବୁଡି ଚାଲିଗଲା ୧୨ବର୍ଷ ବାଳକର ଜୀବନ

ବାଲେଶ୍ୱର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରଦୋଳପୁର ଗ୍ରାମରେ ଗୁରୁବାର ସକାଳେ ପୋଖରୀରେ ବୁଡ଼ି ଜଣେ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସୁଧାକର ସ୍ୱାଇଁଙ୍କ ୧୨ ବର୍ଷୀୟ ପୁଅ ଚକ୍ରଧର। ସୂଚନା ଅନୁସାରେ ଚକ୍ରଧର ଆଜି ସକାଳେ ଶୌଚ ହେବା ପାଇଁ ନିକଟବର୍ତ୍ତୀ ପୋଖରୀକୁ ଯାଇଥିବାବେଳେ ସେଠାରେ ତା’ର ଗୋଡ଼ ଖସିଯିବାରୁ ସେ ପାଣି ଭିତରକୁ ପଶି ଯାଇଥିଲା।

ତେବେ ବିଳମ୍ବ ପର୍ଯ୍ୟନ୍ତ ପୁଅ ନ  ଆସିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ। ଏହି ସମୟରେ ତାକୁ ନିକଟ ପୋଖାରୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।