ଦୁର୍ଦ୍ଧାନ୍ତ ଡକାୟତ ଅମିତ ଗିରଫ, ବନ୍ଧୁକ ଜବତ

ବରଗଡ଼,ଏନ୍ଏନ୍ଏସ୍: ପୁଲିସ ଉପରକୁ ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଦୁର୍ଦ୍ଧାନ୍ତ ଡକାୟତ ଅମିତ ଓରଫ ଚିଣ୍ଟୁ ଦାସକୁ ଗିରଫ କରିଛି ଅମ୍ବାଭୋନା ପୁଲିସ । ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ଦୁଡୁକାଶିରା ଗ୍ରାମର ଦୁର୍ଦ୍ଦାନ୍ତ ଡକାୟତ ଅମିତ ଦାସକୁ ବୁଧବାର ଅମ୍ବାଭୋନା ଥାନା ଅନ୍ତର୍ଗତ ସମରଧରା ନିକଟରେ ବାଇକ୍ ଯୋଗେ ଛତିଶଗଡ଼ ଯାଉଥିବାବେଳେ ପୁଲିସ ତାକୁ ଧରିବାକୁ ଉଦ୍ୟମ କରୁଥିଲା। ଏଥିରେ ଅମିତ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା। ପରେ ତାକୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଏହି ସମୟରେ ତା’ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଖୋକା ଓ ଗୋଟିଏ ବାଇକ୍କୁ ଜବତ କରିଛି। ସୂଚନା ଅନୁସାରେ ପୂର୍ବରୁ ଅମିତ ନାଁ’ରେ ବରଗଡ଼, ପଟଣାଗଡ଼, ବୁର୍ଲା, ଅତାବିରା, ବଲାଙ୍ଗିର, ବୀରମହାରାଜପୁର, ଛତିଶଗଡ଼ର ବରମକେଲା ଆଦି ଅଞ୍ଚଳରେ ୧୧ ରୁ ଉର୍ଦ୍ଧ୍ବ ହତ୍ୟା, ଡକାୟତି, ମରଣାନ୍ତକ ଆକ୍ରମଣ, ଆର୍ମସ ଏକ୍ଟ ପରି ସଙ୍ଗୀନ ମାମଲା ରହିଛି। ଗତ କିଛିଦିନ ପୂର୍ବରୁ ଅମିତ ଏକ ଡକାୟତି ମାମଲାରେ ଜାମିନରେ ବିଲାସପୁର ଜେଲରୁ ବାହାରିଥିଲା।