ନୂଆଦିଲ୍ଲୀ,ଏଜେନ୍ସି: ଭାରତ ତିବ୍ବତ ସୀମା ପୁଲିସ (ଆଇଟିବିପି)ର ପୂର୍ବ ଲଦାଖର ୨ଟି ଶିଖରକୁ ନିଜ ଅକ୍ତିଆର କରିଛି। ସୂଚନା ଅନୁସାରେ ଉତ୍ତର ପଶ୍ଚିମ ଆଇଜି ଲହରି ଦୋରଜି ଲାହଟୁଙ୍କ ସହିତ ଆଇଟିବିପିର ପର୍ବତ ଆରୋହୀ ଶିଖର ଅଭିଯାନ ଆରମ୍ଭ କରିଥିଲେ। ଏନେଇ ଲଦାଖ ପୁଲିସ ସହିତ ପୂର୍ବ ଲଦାଖରେ ଥିବା ୨ଟି ଶିଖରକୁ ଚଢ଼ିବା ଆରମ୍ଭ କରିଥିଲେ। ଅକ୍ଟୋବର ୬ ତାରିଖ ଦିନ ଆଇଟିବିପି ୬୨୫୦ ଓ ୬୦୯୯ ମିଟରର ୨ଟି ଶିଖରରେ ପହଞ୍ଚିବାରେ ସଫଳ ହୋଇଛି। ଏଥିରୁ ଗୋଟିଏ ଶିଖରକୁ ‘ନୂର୍ବୁ ବାଂକଦୂସ ଶିଖର’ ନାମ ଦିଆଯାଇଛି।
ଏହି ଶିଖର ଅଭିଯାନରେ ଆଇଟିବିପିର ୪ ମହିଳା ପର୍ବତାରୋହୀ ଓ ଲଦାଖ ପୁଲିସର ୨ କର୍ମଚାରୀ ସମେତ ୨୦ ଜଣ ପର୍ବତ ଆରୋହଣ କରିଥିଲେ। ଏହି ଅଭିଯାନ ୨୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା।