ଉତ୍ତରପ୍ରଦେଶ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଲଖିମପୁରରେ ଧାରଣାରେ ବସିଛନ୍ତି। ସିଦ୍ଧୁ କହିଛନ୍ତି ଯେ, ସରକାର ଅପରାଧୀଙ୍କୁ ବଞ୍ଚାଉଛନ୍ତି। ଯେପର୍ଯ୍ୟନ୍ତ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ ହୋଇନାହାନ୍ତି ସେପର୍ଯ୍ୟନ୍ତ ମୁଁ ଧାରଣାରେ ବସିବି।
ସୂଚନାଯୋଗ୍ୟ, ନଭଜୋତ ସିଂହ ସିଦ୍ଧୁଙ୍କ ସହ ଅନେକ କଂଗ୍ରେସ ନେତା ଗୁରୁବାର ପଞ୍ଜାବ ଗସ୍ତ କରିଥିଲେ। ସିଦ୍ଧୁଙ୍କୁ ସହରାନପୁରରେ ପୁଲିସ ହାଜତକୁ ନେଇଥିଲା। ଆଉ କିଛି ଘଣ୍ଟା ପରେ ତାଙ୍କୁ ଲଖିମପୁର ଯିବାକୁ ଅନୁମତି ମିଳିଥିଲା। ସେଠାରେ ସିଦ୍ଧୁ ମୃତ କୃଷକ ଓ ସାମ୍ବାଦିକ ରମନ କଶ୍ୟପଙ୍କ ପରିବାରକୁ ଭେଟିଥିଲେ।