ନୂଆଦିଲ୍ଲୀ: ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସୁବ୍ରମଣ୍ୟନ୍ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।
ସୁବ୍ରମଣ୍ୟନ୍ କହିଛନ୍ତି ଯେ, ‘ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ମୋର ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ସେଥିପାଇଁ ମୁଁ ଏବେ ପୁଣିଥରେ ଏକାଡେମିକ କ୍ଷେତ୍ରକୁ ଫେରିବାକୁ ନିଷ୍ପତ୍ତି ନେଇଛି। ଦେଶର ସେବା କରି ମୋତେ ଅସୀମ ଅନୁଭୂତି ଓ ସମସ୍ତଙ୍କ ଭରପୂର ସହଯୋଗ ମିଳିଲା। ଦେଶର ସେବା କରିବା ପାଇଁ ସୁଯୋଗ ପାଇବା ହେଉଛି ସବୁଠୁ ବଡ଼ କଥା। ୩୦ ବର୍ଷର ପେଶାଦାର ଜୀବନ କାଳ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ଅଧିକ ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଭେଟିନାହିଁ।’