ଏଲଏସିରେ ଜଗିଛି ଚୀନ, ଜବାବ ଦେବାକୁ ଆମେ ବି ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଚୀନ ସୀମା ସ୍ଥିତି ନେଇ ଭାରତୀୟ ବାୟୁସେନା ମୁଖ୍ୟ ଭି.ଆର ଚୌଧୁରୀ ସୂଚନା ଦେଇଛନ୍ତି। ବୀଆର ଚୌଧୁରୀ କହିଛନ୍ତି ଯେ, ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ୩ଟି ଏୟାରବେସରେ ଚୀନ ବାୟୁସେନା ଜଗିକି ରହିଛି। ସୀମାରେ ଲଗାତାର ଭାବେ ଚୀନ ତା’ର ଭିତ୍ତିଭୂମି ବଢ଼ାଇବାରେ ଲାଗିଛି। କିନ୍ତୁ ଭାରତ ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି।

ଲଦାଖରେ ଚୀନୀ ବାୟୁସେନାର କ୍ଷମତା ସମ୍ପର୍କରେ ପଚାରାଯିବାରୁ ଏୟାର ଚୀଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ, ଅଧିକ ଉଚ୍ଚତାରେ ମିଶନ ଲଞ୍ଚ କରିବାରେ ଚୀନର କ୍ଷମତା ଦୁର୍ବଳ ରହିବ।

ଭି.ଆର ଚୌଧୁରୀ ଆହୁରି କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରରେ ୧୮ଟି ଦେଶରେ ମେଡିକାଲ ସରଞ୍ଜାମ ଓ ଅକ୍ସିଜେନ ନେବାଦେବା ଲାଗି ଆମ ପରିବହନ ଜାହଜ କାମ କରିଛି। ବାୟୁସେନା ପାଖାପାଖି ୧୧୦୦ ଘଣ୍ଟା ଉଡ଼ାଣ ଭରିଥିବାବେଳେ କେବଳ ଭାରତରେ ୨୬୦୦ ଘଣ୍ଟା ଉଡ଼ାଣ ଭରିଛି।