ରାଜ୍ୟରେ ଆଉ ୪୫୩ କରୋନାରେ ସଂକ୍ରମିତ, ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୪୫୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୫୩ଜଣ ରହିଛନ୍ତି। ଅନ୍ୟପଟେ କ୍ୱାରେଣ୍ଟାଇନରୁ ୨୬୫ଜଣ ଓ ସ୍ଥାନୀୟ ସଂକ୍ରମଣ ୧୮୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୮ହଜାର ୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୧, କଟକରୁ ୫୯, ଷ୍ଟେଟପୋଲରୁ ୪୫, ଜଗତସିଂହପୁରରୁ ୨୪, ମୟୁରଭଞ୍ଜରୁ ୨୨, ପୁରୀରୁ ୧୯, ସମ୍ବଲପୁରରୁ ୧୮, ବାଲେଶ୍ୱରରୁ ୧୭, ଯାଜପୁରରୁ ୧୩, ସୁନ୍ଦରଗଡ଼ରୁ ୬, କେନ୍ଦ୍ରାପଡ଼ା ଓ ଭଦ୍ରକରୁ ୪ ଲେଖାଏଁ, ନୟାଗଡ଼, ରାୟଗଡ଼ା, କୋରାପୁଟ ଓ ଦେଓଗଡ଼ରୁ ୩ ଲେଖାଏଁ, ଗଞ୍ଜାମରୁ ୨, କେଉଁଝର, ଢେଙ୍କାନାଳ, ବଲାଙ୍ଗିର, ଝାରସୁଗୁଡ଼ା, ବୌଦ୍ଧ, ଅନୁଗୁଳ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ନ୍ୟପଟେ କରୋନା ଯୋଗୁ ଆଜି ୩ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରେ ଗଞ୍ଜାମରୁ ୨ଜଣ ଓ ଭୁବନେଶ୍ୱରରୁ ଜଣେ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୨୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୮ହଜାର ୮୧୯ ହୋଇଥିବାବେଳେ ୧୦ଲକ୍ଷ ୧୫ହଜାର ୬୦୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୨୨୩ଜଣଙ୍କର ମୃତ୍ୟୁ ଘଟିଛି ଓ ୪୯୩୫ଜଣ ଚିକିତ୍ସିତ ହେଉଛନ୍ତି।