କୃଷକ ଆନ୍ଦୋଳନ ପାଇଁ ୨୮ ଟ୍ରେନ ପ୍ରଭାବିତ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଯୋଗୁ ୧୨ଟି ଟ୍ରେନ ରଦ୍ଦ କରାଯିବା ସହ ୧୫ଟି ଟ୍ରେନକୁ ଲକ୍ଷ୍ୟସ୍ଥଳୀରେ ପହଞ୍ôଚବା ପୂର୍ବରୁ ରଦ୍ଦ କରାଯାଇଛି। କୃଷକ ଆନ୍ଦୋଳନର ପ୍ରଭାବ ଖାସ୍ କରି ଅମ୍ବାଲା ଓ ଫିରୋଜପୁର ରେଲ ଡିଭିଜନରେ ପଡ଼ିଛି। ଉତ୍ତର ରେଳବାଇର ମୁଖ୍ୟ ପ୍ରବକ୍ତା ଦୀପକ କୁମାରଙ୍କ ଅନୁସାରେ, କୃଷକ ଆନ୍ଦୋଳନ ଫଳରେ ରେବାଡୀ-ଭିବାନୀ, ଭିବାନୀ-ରୋହତକ, ଭିବାନୀ-ହିସାର, ହନୁମାନଗଢ଼-ସାଦୁଲପୁର ଓ ଶ୍ରୀଗଙ୍ଗାନଗର-ଫତୁହୀ ରେଳଖଣ୍ଡ ଉପରେ ଯାତାୟତ ପ୍ରଭାବିତ ହୋଇଛି।

ଉତ୍ତର-ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ ଶଶି କିରଣଙ୍କ ଅନୁସାରେ, କୃଷକ ଆନ୍ଦୋଳନ ଯୋଗୁ ଉତ୍ତର-ପଶ୍ଚିମ ରେଳବାଇରେ ସଞ୍ଚାଳିତ ରେଳ ସେବା ପ୍ରଭାବିତ ରହିବ।