ଶେଷ ହେଲା କୃଷକଙ୍କ ଭାରତ ବନ୍ଦ, ସାମାନ୍ୟ ହେଲା ଯାତାୟତ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା କୃଷକଙ୍କ ୧୦ ଘଣ୍ଟିଆ ଭାରତ ବନ୍ଦ ଶେଷ ହୋଇଛି। କୃଷକ ଉଠିବା ପରେ ଗାଜିପୁର ବୋର୍ଡରରେ ଦିଲ୍ଲୀ ଆଡ଼କୁ ଯାଇଥିବା ଟ୍ରାଫିକକୁ ଖୋଲି ଦିଆଯାଇଛି। ଏହାଦ୍ୱାରା ଦିଲ୍ଲୀ-ମେରଠ ଏକ୍ସପ୍ରେସ ଦିଲ୍ଲୀରୁ ଗାଜିଆବାଦ ଆଡ଼କୁ ଯାଇଥିବା ସଡ଼କରେ ଟ୍ରାଫିକ ସଞ୍ଚାଳନ ସାମାନ୍ୟ ହୋଇଯାଇଛି। ଦେଶବ୍ୟାପୀ ବନ୍ଦକୁ ଦୃଷ୍ଟିରେ ରଖି ଆଜି ସକାଳ ୬ଟାରୁ ସଂନ୍ଧ୍ୟା ୪ଟା ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ଆଡ଼କୁ ଯାଇଥିବା ପ୍ରମୁଖ ରାସ୍ତାକୁ ବନ୍ଦ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି ଯେ, ଭାରତ ବନ୍ଦ ସଫଳ ହୋଇଛି। ଆମେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ୧୦ ମାସ ହେବ ବସିଛୁ। ସରକାର ୩ କୃଷି ଆଇନକୁ ଫେରାଇ ନିଅନ୍ତୁ ଏବଂ ଏମଏସପିି ଉପରେ ଗ୍ୟାରେଣ୍ଟି ଆଇନ ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ସମାଧାନର ବାଟ ବାହାରି ପାରିବ।