ପୁଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ, ତେଜୁଛି ଉତ୍ତେଜନା

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ରେ ଏକ ଗଣ୍ଡଗୋଳ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଥିଲା ବରଗଡ଼ ପୁଲିସ। ଆଜି ସମ୍ପୃକ୍ତ ଯୁବକଙ୍କ ପୁଲିସ ହେପାଜତରେ ମୃତ୍ୟୁ ହେବା ପରେ ଦେଖିବାକୁ ମିଳିଛି ଉତ୍ତେଜନା। ପୁଲିସ ଯୁବକ ଜଣଙ୍କୁ ମାରି ମାରି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଏହାକୁ ସଫା ସଫା ଖଣ୍ଡନ କରିଛି ବରଗଡ଼ ପୁଲିସ।

ଏହି ମାମଲାରେ ପରିସ୍ଥିତି ଧସ୍ତାଧସ୍ତି ପର୍ଯ୍ୟନ୍ତ ମଧ୍ୟ ଉପୁଜିଛି। ଯୁବକଙ୍କ ମୃତ୍ୟୁ କାହିଁକି ହେଲା ଓ କିପରି ହେଲା ଏନେଇ ପୁଲିସ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିବାରୁ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପୁଲିସ ଉକ୍ତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।