ବାଇଡେନଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଜାନୁଆରୀରେ ଆମେରିକାର ୪୬ତମ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ମୋଦୀ ଓ ବାଇଡେନଙ୍କ ପ୍ରଥମ ସାକ୍ଷାତ।

ଏହି ପରିପ୍ରେକ୍ଷୀରେ ମୋଦୀଙ୍କୁ ବାଇଡେନ କହିଛନ୍ତି ଯେ, ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ର ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ଼ ଓ ଘନିଷ୍ଠ ହେବା ସୁନିଶ୍ଚିତ। ୪୦ଲକ୍ଷ ଭାରତୀୟ ପ୍ରତିଦିନ ଆମେରିକାକୁ ମଜଭୁତ କରୁଛନ୍ତି। ଭାରତ ଓ ଆମେରିକା ସମସ୍ତ ପ୍ରକାର ଚ୍ୟାଲେଞ୍ଜର ସମାଧାନ କରିବା ପାଇଁ ସହାୟୀ ହୋଇପାରନ୍ତି।

ଅନ୍ୟପଟେ ବାଇଡେନଙ୍କୁ ମୋଦୀ କହିଛନ୍ତି ଯେ, ଏହି ଦଶକକୁ ଆକାର ଦେବାରେ ଆପଣଙ୍କ ନେତୃତ୍ୱ ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତ ଓ ଆମେରିକା ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଞ୍ଜି ବୁଣାଯାଉଛି। ବାଣିଜ୍ୟ କ୍ଷେତ୍ରରେ ବହୁତ କିଛି କରିବାର ଅଛି।