ପ୍ରକାଶ ପାଇଲା ୟୁପିଏସସି ମେନ ପରୀକ୍ଷାଫଳ

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ (ୟୁପିଏସି) ୨୦୨୦ରେ ହୋଇଥିବା ସିଭିଲ ସେବା ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ମୋଟ ୭୬୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏଥିରେ ଶୁଭମ କୁମାର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି।

ସେହିପରି ସାଧାରଣ ବର୍ଗରେ ୨୬୩, ଆର୍ଥିକ ପଛୁଆ ବର୍ଗରେ ୮୬, ଅନ୍ୟ ପଛୁଆ ବର୍ଗରେ ୨୨୯, ଅନୁସୂଚିତ ଜାତିରେ ୧୨୨  ଓ ଅନୁସୂଚିତ ଜନଜାତିରେ ୬୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏତଦବ୍ୟତୀତ ୧୫୦ ପରୀକ୍ଷାର୍ଥୀଙ୍କୁ ରିଜର୍ଭ ରଖାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଇଏଏସ ଅଧିକାରୀ ଓ ୨୦୧୫ ବ୍ୟାଚର ଟପ୍ପର ଟୀନା ଡାବୀଙ୍କ ଭଉଣୀ ରିୟା ଡାବୀ ୧୫ତମ ସ୍ଥାନ ହାସଲ କରିଛନ୍ତି।