ଲଣ୍ଡନ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡ଼ିୟମରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚର ଆଜି ହେଉଛି ଶେଷ ଦିନ। ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ୟ ପାଳିରେ ସମସ୍ତ ୱିକେଟ ହରାଇ ୪୬୬ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ଏହି ମ୍ୟାଚ ଜିତିବା ପାଇଁ ଶେଷ ତଥା ପଞ୍ଚମ ଦିନରେ ଆଜି ୨୯୧ ରନ୍ ଦରକାର କରୁଛି। ଅନ୍ୟପଟରେ ଭାରତ ଏହି ମ୍ୟାଚ ଜିତିବା ପାଇଁ ଇଂଲଣ୍ଡର ସମସ୍ତ ଖେଳାଳିଙ୍କୁ ଆଉଟ୍ କରିବାକୁ ଚାହିଁବ।
ଇଂଲଣ୍ଡ ପ୍ରଥମ ପାଳିରେ ୨୯୦ ରନରେ ଅଲଆଉଟ୍ ହୋଇଥିଲା। ଦ୍ୱିତୀୟ ପାଳିର ୪ର୍ଥ ଦିନର ଖେଳ ଶେଷ ହେବାବେଳକୁ ୭୭ ରନ୍ ସଂଗ୍ରହ କରିଥିଲା। ଓପନର ହସୀବ ହମୀଦ ୩୪ ରନ୍ ଏବଂ ରୋରୀ ବୁର୍ଣ୍ଣସ ୩୧ ରନ୍ କରି ଅପରାଜିତ ଥିଲେ।
ଭାରତ ୨ୟ ପାଳିରେ ଦମଦାର ବ୍ୟାଟିଂ କରିଥିଲା। ଓପରନ ରୋହିତ ଶର୍ମା ୧୨୭ ରନ୍ କରିଥିବା ବେଳେ କେଏଲ ରାହୁଲ ୪୬ ରନ, ଚେତେଶ୍ୱର ପୁଜାରା ୬୧, ଅଧିନାୟକ ବିରାଟ କୋହଲି ୪୪, ରବୀନ୍ଦ୍ର ଜାଦେଜା ୧୭, ଋଷଭ ପନ୍ତ ୫୦, ଶାର୍ଦ୍ଦୁଳ ଠାକୁର ୬୦, ଉମେଶ ଯାଦବ ୨୫, ଜସପ୍ରୀତ ବୁମାର ୨୪ ରନ୍ ସଂଗ୍ରହ କରିଥିଲେ।