Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କମେଣ୍ଟମରାକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ, ୨ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କମେଣ୍ଟମରାକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ, ୨ ମୃତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ସାମାନ୍ୟ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରିମାଲ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଏହି ଘଟଣାରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଭଣ୍ଡାରିମାଲ ଗ୍ରାମ ତଳିପଡାର ଶକ୍ତିଭୂଷଣ କୁମରା ୩୫ ଏବଂ ଅରବିନ୍ଦ କୁମରା ୨୫ । ଆହତମାନଙ୍କ ମଧ୍ୟରେ ବିଭୁତି ଭୂଷଣ କୁମରା ନନ୍ଦଲାଲ ଭୁଏଙ୍କ ସହ ଆଉ ଦୁଇଜଣ ଯୁବକ ରହିଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି

ଘଟଣାଟି ଗତ ରାତି ପ୍ରାୟ ୯ ଟାରେ ଘଟିଥିଲେ ମଧ୍ୟ ଲୋକେ ଭୟରେ ପୁଲିସକୁ ଖବର ଦେଇନଥିଲେ । ରାତି ପ୍ରାଯ ୧୧ ଟିରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଗାଁରେ ପରିସ୍ଥିତି ଠିକ ନଥିବାରୁ ଏଏସପି ପି କେ ମହାପାତ୍ରଙ୍କ ସହ ଏସଡିପିଓ ଯୁଯୁମୁରା ଆଇଆଇସି ଉପସ୍ଥିତ ରହିବା ସହ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ମୃତକଙ୍କ ସମ୍ପକୀୟ ଭଉଣୀଙ୍କୁ ଗାଁର କିଛି ଯୁବକ କମେଣ୍ଟ ମାରୀବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ।

କମେଣ୍ଟ ମାରିଥିବା ଯୁବକଙ୍କ ସହ ପ୍ରଥମେ ଘଟଣାକୁ ନେଇ କଥା କଟାକଟି ହୋଇଥିଲା । ପରେ ଯୁଵକମାନେ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ସହ ମୃତକଙ୍କ ଗୋଟିଏ କରି ଗୋଡ କାଟିଦେଇ ଥିଲେ । ମଂଗଳବାର ସକାଳୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି। ଘଟଣା ପରଠାରୁ ଗ୍ରାମରେ ଚାପା ଉତ୍ତେଜନା ଲାଗିଳହିଛି ।