ଏସସିବିରେ ଇକମୋ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୯ଟି ଇକମୋ ମେସିନ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସସିବି ପୂର୍ବ ଭାରତର ସବୁଠୁ ବଡ଼ ଇକମୋ ୟୁନିଟ ହେବ। ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏହି ଚିକିତ୍ସା ପାଇଁ ଉଚ୍ଚଶିକ୍ଷିତ ପେଶାଦାର ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଛି। ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବାବେଳେ ରାଜ୍ୟ ସରକାର ସଭିଙ୍କୁ ମାଗଣାରେ ସେବା ପ୍ରଦାନ କରିବେ। ତୃତୀୟ ଲହରର ମୁକାବିଲା କରିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ନିଜେ ସୁରକ୍ଷିତ ରୁହନ୍ତୁ ଓ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ।