ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଗାଡ଼ି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ମଲ୍ଲୀପଶି ନିକଟରେ ସାଇକେଲ ଆରୋହୀଙ୍କ ଗୋଡ଼ ଉପରେ ଏକ ୧୨ ଚକିଆ ବାଲି ବୋଝେଇ ହାଇୱା ଚଢ଼ିଯାଇଛି। ଫଳରେ ସାଇକେଲ ଆରୋହୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଆହତ ଜଣକ ହେଲେ କୁମୁଳାବାହାଳି ଗ୍ରାମର ପଦ୍ମଲୋଚନ ଟୁଡୁ(୩୫)। ପଦ୍ମଲୋଚନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।