ଛତିଶଗଡ଼: ଛତିଶଗଡ଼ର ନାରାୟଣପୁରରେ ନକ୍ସଲ ଆକ୍ରମଣ ଯୋଗୁ ଆଇଟିବିପିର ୨ଜଣ ଯବାନ ସହିଦ ହୋଇଛନ୍ତି। ପରେ ନକ୍ସଲବାଦୀମାନେ ଯବାନଙ୍କ ଏକେ-୪୭ ରାଇଫଲ, ୨ଟି ବୁଲେଟ ପ୍ରୁଫ ଜ୍ୟାକେଟ ଓ ୱାୟରଲେସ ସେଟ ନେଇ ଫେରାର ହୋଇଯାଇଥିଲେ। ସହିଦ ହୋଇଥିବା ୨ଜଣ ଯବାନ ହେଲେ ୪୫ତମ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁଧାକର ସିନ୍ଦେ ଓ ଆସିଷ୍ଟେଣ୍ଟ ଇନ୍ସପେକ୍ଟର ଗୁରମୁଖ ସିଂହ। ଘଟଣାସ୍ଥଳରୁ ୨ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।