ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡ଼ା ନିକଟରୁ ବେଆଇନ ବାଲି ବୋଝେଇ ହାଇୱାକୁ ପାଟଣା ତହସିଲଦାର ଜବତ କରିବା ସହ ୩୦ ହଜାର ୫୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ବାଲି ପରିବହନର ସଠିକ କାଗଜପତ୍ର ନଥିବାରୁ ଏହି ଜୋରିମାନା ଆଦାୟ କରାଯାଇଛି ବୋଲି ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସୂଚନା ଦେଇଛନ୍ତି।