ମୁମ୍ବାଇ,ଏଜେନ୍ସି: ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ଗୁଡିକ ପାଇଁ ଲକର ମ୍ୟାନେଜମେଣ୍ଟ ପାଇଁ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। ଲକରର ବିଷୟବସ୍ତୁ ନଷ୍ଟ ହେବା ଘଟଣା ଅଗ୍ନିକାଣ୍ଡ, ଚୋରି, ଡକାୟତି, ଆଦି ଘଟଣାରେ ବ୍ୟାଙ୍କ ଗୁଡିକ ଜମା ଲକରର ବାର୍ଷିକ ଭଡାଠାରୁ ଶହେ ଗୁଣ ପ୍ରଦାନ କରିବେ ବୋଲି ନିର୍ଦେଶ ରହିଛି। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଭୂକମ୍ପ, ବନ୍ୟା କିମ୍ବା ଗ୍ରାହକଙ୍କ ଅବହେଳା ଯୋଗୁଁ ଲକରର କୌଣସି କ୍ଷତି ଏବଂ ନଷ୍ଟ ପାଇଁ ବ୍ୟାଙ୍କ ଦାୟୀ ରହିବ ନାହିଁ।
କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁଠାରେ ଜମା ଗୁଡ଼ିକ ରଖାଯାଇଛି ସେହି ଘରର ସୁରକ୍ଷା ଏବଂ ନିରାପତ୍ତା ପାଇଁ ସମସ୍ତ ପଦକ୍ଷେପ ନେବା ବ୍ୟାଙ୍କଗୁଡିକର ଦାୟିତ୍ୱ ଅଟେ। ବ୍ୟାଙ୍କଗୁଡିକ ସେମାନଙ୍କର ଲକର୍ ସିଷ୍ଟମ ପ୍ରତି ଉପଯୁକ୍ତ ଯତ୍ନ ନେବା ଉଚିତ୍ ଯାହାକି ସେମାନଙ୍କୁ ଏହିପରି ବିପର୍ଯ୍ୟୟରୁ ରକ୍ଷା କରିବ।
ଲକର ଭଡା ପ୍ରଦାନ କରିବା ସମୟରେ ଗ୍ରାହକ ମାନଙ୍କୁ ଏକ ଟର୍ମ ଡିପୋଜିଟ କରିବାକୁ ପଡିବ, ଯାହା ତିନି ବର୍ଷର ଭଡା ଏବଂ ବିଭିନ୍ନ ପରିସ୍ଥିତିରେ ଲକର ଖୋଲିବା ପାଇଁ ଦେୟ ବହନ କରିବ। ସୁପ୍ରିମକୋର୍ଟଙ୍କ ଏକ ଶୁଣାଣି କ୍ରମେ କେନ୍ଦ୍ରୀୟ ବ୍ୟଙ୍କ ଏହି ନିଷ୍ପତି ନେଇଛନ୍ତି। ଏହା ଦ୍ୱାରା ବ୍ୟଙ୍କ ଗୁଡିକର ଲକର ବଣ୍ଟନରେ ସ୍ୱଚ୍ଛତା ଆସିବ। ଏହା ସହିତ ବ୍ୟଙ୍କ ଗୁଡିକୁ ଏହାର ପ୍ରତ୍ୟେକ ଶାଖା ଗୁଡିକର ଲକର ତାଲିକା ସହିତ ବାକିଥିବା ଲକରର ତାଲିକା ମଧ୍ୟ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ରହିଛି।