ଆଫଗାନିସ୍ତାନରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ କ୍ଷମତା ଅକ୍ତିଆର କରିବା ପରେ ଲଗାତାର ଭାବେ ଆତଙ୍କବାଦର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି। ଆଜି ଜଲାଲବାଦରେ ଆଫଗାନିସ୍ତାନ ଲୋକ ରାଷ୍ଟ୍ରୀୟ ପତାକା ଧରି ପ୍ରଦର୍ଶନ କରୁଥିଲେ। ଏହି ସମୟରେ ତାଲିବାନୀମାନେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରିଥିଲେ।

ସୂଚନାଯୋଗ୍ୟ,ତାଲିବାନୀଙ୍କ ଆତଙ୍କବାଦ ବିରୋଧରେ ପ୍ରଥମେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମିରୁହ୍ଲା ସାହ୍ଲେ ମୁହଁ ଖୋଲିଥିଲେ। ଆଉ ଏବେ ସାଧାରଣ ଲୋକ ମଧ୍ୟ ସାମ୍ନାକୁ ଆସୁଛନ୍ତି। ଆଫଗାନିସ୍ତାନର ମୋଟ ଜନବସତି ୪ କୋଟି ହୋଇଥିବାବେଳେ ସେଠାରେ ୭୫ ହଜାର ତାଲିବାନୀ ରହୁଛନ୍ତି। ଏଭଳି ସ୍ଥିତିରେ ଦେଶର ଜନତା ସୁଦୃଢ଼ ହେଲେ କୌଣସି ଆତଙ୍କବାଦୀ ସଂଗଠନ ପାଇଁ ଆତଙ୍କରାଜ ସୃଷ୍ଟି କରିବା ସହଜ ନୁହେଁ।