ଶିଶୁଙ୍କୁ ସର୍ଭେଲେନ୍ସରେ ରଖାଯିବ, ଟେଷ୍ଟିଂ ବଢାଯିବ

ଭୁବନେଶ୍ୱର,ଏଜେନ୍ସି: ତୄତୀୟ ଲହର ପାଇଁ ଆନ୍ତର୍ଜାତୀୟ ଏକ୍ସପର୍ଟଙ୍କ ପରାମର୍ଶ ଅନୁସାରେ ଆଜିଠାରୁ ଶିଶୁ ସଂକ୍ରମଣର ତଥ୍ୟ ଦିଆଯିବା ଆରମ୍ଭ ହୋଇଛି। ଲକ୍ଷଣ ଥିବା ଶିଶୁଙ୍କୁ ତୁରନ୍ତ ଟେଷ୍ଟ ପାଇଁ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତେବେ ଗତ ୨୪ ଘଣ୍ଟାରେ ୭୯ ହଜାର ଟେଷ୍ଟ ମଧ୍ୟରୁ୧୮ ବର୍ଷରୁ କମ ୧୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପରିସଂଖ୍ୟାନ କହୁଛି ଟେଷ୍ଟିଂର ୧୫ ପ୍ରତିଶତ ଯାଏ ଶିଶୁ ସଂକ୍ରମିତ ହୋଇପାରିବେ। ଶିଶୁ ସଂକ୍ରମଣର ଟ୍ରେଣ୍ଡ ଜାଣିବା ପାଇଁ କିଛି ସମୟ ଆବଶ୍ୟକ। ଏବେଠାରୁ ଶିଶୁଙ୍କୁ ସର୍ଭିଲେନ୍ସରେ ରଖିବା ସହ ଅଧିକ ସଂଖ୍ୟକ ଶିଶୁଙ୍କ ଟେଷ୍ଟିଂ ହେବ। ଶିଶୁଙ୍କ ଚିକିତ୍ସା ପାଇଁ ଭାରତ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ନୂତନ ଟାସ୍କଫୋର୍ସର ତାଲିମ ଚାଲିଛି। ବର୍ତ୍ତମାନ ଭୟଭୀତ ହୁଅନ୍ତୁ ନାହିଁ, ସଠିକ ଟ୍ରେଣ୍ଡକୁ ଦେଖି ଉଚିତ ପଦକ୍ଷେପ ନିଆଯିବ।