ମୋସ୍କା,ଏଜେନ୍ସି: ରୁଷର ଅଗ୍ନି ନିର୍ବାପକ ଯୁଦ୍ଧବିମାନ କ୍ରାସ। ତୁର୍କୀର ଏକ ସହରରେ ରୁଷର ଏହି ଯୁଦ୍ଧ ବିମାନଟି ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୮ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ରୁଷ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ବିମାନ ଦୁର୍ଘଟଣା ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି।
ଖବର ଅନୁଯାୟୀ, ରୁଷର ବି-୨୦୦ ବିମାନଟି ୮ ଜଣ ବିମାନ କର୍ମଚାରୀଙ୍କୁ ନେଇ ତୁର୍କୀ ଅଭିମୁଖେ ଉଡ଼ାଣ ଭରିଥିଲେ। କିନ୍ତୁ ବିମାନଟି ତୁର୍କୀର ଦକ୍ଷିଣପ୍ରାନ୍ତରେ ଥିବା ଆଡାନା ସହର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା। ଏହି ବିମାନଟି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ଗତ ଜୁଲାଇ ମାସରୁ ବିମାନଟି ତୁର୍କୀରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜତି ଥିଲା। ଶନିବାରର ଏହି ଦୁର୍ଘଟଣା ନେଇ ରୁଷ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି।