- ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ର ସରକାର ୫ଟି ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ। ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ଉଦ୍ୟୋଗ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। କରୋନା ମହାମାରୀ ପାଇଁ ଲଗାଯାଇଥିବା ଲକଡାଉନ କୋହଳ ହେବା ପରେ ଆର୍ôଥକ କ୍ଷେତ୍ରରେ ସୁଧାର ଆସୁିଛି ବୋଲି ସେ କହିଛନ୍ତି। ଚଳିତ ଆର୍ôଥକ ବର୍ଷରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶରେ ୩୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟି ଏହା ୬୨୦ ବିଲିଅନ ଡଲାର ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଅର୍ଥ ବ୍ୟବସ୍ଥାରେ ଅଧିକ ପୁଞ୍ଜିନିବେଶ ପାଇଁ ଭାରତୀୟ ଶିଳ୍ପ ଜଗତକୁ ଆହ୍ୱାନ କରି ସେ କହିଛନ୍ତି ଯେ, ଚଳିତ ଆର୍ôଥକ ବର୍ଷରେ ସରକାର ୧ ଲକ୍ଷ ୭୫ ହଜାର କୋଟିର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ହାସଲ କରିବା ପାଇଁ ୫ ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ। ବିକ୍ରି ହେବାକୁ ଥିବା କମ୍ପାନୀ ମଧ୍ୟରେ ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ, ବିଇଏମଏଲ, ଶିପିଂ କର୍ପୋରେସନ୍ ଓ କଣ୍ଟେନର କର୍ପୋରେସନ ରହିଛନ୍ତି। କରୋନା କାଳରେ ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ଆରବିଆଇ ସହିତ ମିଶି କାମ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।