- ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବହୁ ପରିମାଣରେ ନିୟନ୍ତ୍ରିତ ହେବା ପରେ ପ୍ରତିବନ୍ଧକ କୋହଳ ହୋଇଥିଲା। ଏବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ଅମ୍ଳଜାନର ଚାହିଦା ଅଧିକ ଥାଏ ତେବେ ରାଜ୍ୟରେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯାଇପାରେ। ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ କହିଛନ୍ତି ଯେ, ଯଦି ରାଜ୍ୟରେ ଅମ୍ଳଜାନର ଚାହିଦା ଦୈନିକ ୭୦୦ ମେଟ୍ରିକ ଟନରୁ ଅଧିକ ହୁଏ, ତେବେ ରାଜ୍ୟରେ ଲକଡାଉନ୍ କରାଯାଇପାରେ।
ରାଜେଶ ଟୋପ କହିଛନ୍ତି, ‘ତୃତୀୟ ଲହରରେ ଯେତେବେଳେ ଅମ୍ଳଜାନର ଚାହିଦା ୭୦୦ ମେଟ୍ରିକ୍ ଟନ୍ ଅତିକ୍ରମ କରିବ, ସେତେବେଳେ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ହେବ। କାରଣ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଅମ୍ଳଜାନ ଆବଶ୍ୟକ କରିବେ। ଆମେ କେନ୍ଦ୍ରରୁ ଯାହା ଆବଶ୍ୟକ କରିବୁ ତାହା ପାଇବୁ କି ନାହିଁ ସ୍ପଷ୍ଟ ହୋଇନାହିଁ। ମହାରାଷ୍ଟ୍ରର ସପିଂ ମଲ୍ ବର୍ତ୍ତମାନ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲିବ, କିନ୍ତୁ ଉଭୟ ଟିକା ଗ୍ରହଣ କରିଥିବା ଲୋକଙ୍କୁ କେବଳ ପ୍ରବେଶ ଅନୁମତି ଦିଆଯିବ। ସେମାନଙ୍କୁ ଯିବା ପୂର୍ବରୁ ସାର୍ଟିଫିକେଟ୍ ଦେଖାଇବାକୁ ପଡିବ।