ନୂଆଦିଲ୍ଲୀ: ଲୋକସଭା ପରେ ଓବିସି ଆରକ୍ଷଣ ସଂଶୋଧନ ବିଧେୟକ ଆଜି ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି। ରାଜ୍ୟସଭାର ମୌସୁମୀ ଅଧିବେସନର ପ୍ରଥମ ଦିନରେ ଉକ୍ତ ବିଧେୟକକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ପରେ ସବୁ ଦଳ ଗୋଟିଏ ସ୍ୱରରେ ଏହି ବିଧେୟକୁ ସମର୍ଥନ କରିଥିଲେ।
ରାଜ୍ୟସଭାରେ ସାମାଜିକ ନ୍ୟାୟ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କ ପ୍ରସ୍ତାବ ସହ ଓବିସି ବିଧେୟକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବୀ ବିଧେୟକକୁ ସମର୍ଥନ କରିବା ସହ ଅର୍ଥହୀନ ମଧ୍ୟ କହିଥିଲେ।