ନୂଆଦିଲ୍ଲୀ: ଟୋକିଓରୁ ଅଲମ୍ପିକ ଖେଳି ପଦକ ବିଜେତା ଆଜି ସ୍ୱଦେଶ ଫେରିିଛନ୍ତି। ଏହି ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ପଦକ ବିଜେତାଙ୍କୁ ସ୍ୱାଗତ କରିବା ପାଇଁ ପରିବାର ସହ ଫ୍ୟାନ ମଧ୍ୟ ଏୟାରପୋର୍ଟରେ ଉପସ୍ଥିତ ଅଛନ୍ତି। ଏୟାରପୋର୍ଟରୁ ସିଧାସଳଖ ସେମାନେ ଅଶୋକା ହୋଟେଲରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ଏହି ସମୟରେ ଖେଳମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ ଖେଳମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଭିଡିଓ କନଫ୍ରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ।