ଭଦ୍ରକ,ଏନ୍ଏନ୍ଏସ୍: ଦିନକୁ ଦିନ ବଢୁଛି ଆବାସ ଯୋଜନାର ତାଲିକାକୁ ନେଇ ବିବାଦ। ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡୁଥିବା ନେଇ ଅଭିଯୋଗ ବଢିବାରେ ଲାଗିଛି। ଏବେ ବିଜେପି ଆବାସ ଯୋଜନାରେ ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ପରେ ଏବେ ନୂଆ ରଣନୀତି ଅପଣାଇଛି।
ଅବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଜେପି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବ। ଭଣ୍ଡାରିପୋଖରୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ନେତା। ତେବେ ଅବାସ ଯୋଜନା ପାଇଁ ଯୋଗ୍ୟ ହୋଇଥିବା ସତ୍ତେ୍ୱ ବାଦ ପଡିଥିବା ହିତାଧିକାରୀ ନିଜ ଆବେଦନପତ୍ର ସହ ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖରେ ଆସନ୍ତା ୧୧ ତାରିଖରୁ ଗାଁ ଅନଶନରେ ବସିବେ।