ପୁଣି କଟକରୁ ନକଲି ଜର୍ଦ୍ଦା କାରଖାନା ଠାବ

କଟକ,ଏନ୍ଏନ୍ଏସ୍: କିଛି ଦିନ ବ୍ୟବଧାନ ପରେ ପୁଣି କଟକରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ଏକକାଳୀନ ୩ଟି ସ୍ଥାନରେ ପୁଲିସ ପକ୍ଷରୁ ଜୋରଦାର ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁସାରେ, କଟକରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇଥିଲେ। ଏହାପରେ ପୁଲିସ ଚଢ଼ଉ କରିଥିଲା। ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଥିବା ସୂଚନା ମିଳିଛି। ତେବେ କେତେଦିନ ହେଲା ଏହି ନକଲି କାରଖାନା ଚାଲିଆସୁଛି। ସେନେଇ ପୁଲିସ ଅଧିକ ଖୋଳତାଡ ଜାରି ରଖିଛି।