ସମ୍ବଲପୁର,ଏନ୍ଏନ୍ଏସ୍: ଏକ ବଡ ସଫଳତା କ୍ରମେ ସମ୍ବଲପୁର ପୁଲିସ ନକଲି ଭାରତୀୟ ନୋଟ ଛାପିବାରେ ଏକ ଗ୍ୟାଙ୍ଗକୁ ଠାବ କରିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ ହୋଇଥିବା ୬ ଜଣଙ୍କଠାରୁ ୧୩ ଲକ୍ଷ ୮୫ ହଜାର ଟଙ୍କା ମୂଲ୍ୟର ନକଲି ନୋଟ୍ ଉଦ୍ଧାର କରାଯାଇଛି।
ଜବତ ହୋଇଥିବା ସମସ୍ତ ନକଲି ନୋଟ୍ ମଧ୍ୟରେ ୨,୦୦୦, ୫୦୦ ଏବଂ ୧୦୦ ଟଙ୍କାରେ ଅଛି। ଏହା ବ୍ୟତୀତ ନକଲି ନୋଟ ତିଆରିରେ ବ୍ୟବହୃତ ହେଉଥିବା ପ୍ରିଣ୍ଟର୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରିଛି।
ଏହି ଗ୍ୟାଙ୍ଗର ଚେର ରାୟଗଡାରୁ ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି। ପ୍ରଥମେ ରାୟଗଡାରେ ଏହି ନକଲି ନୋଟ୍ ପ୍ରିଣ୍ଟ ପରେ ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା। ତେବେ ସମ୍ବଲପୁରରେ ଏତେ ପରିମାଣର ନକଲି ନୋଟ ଜବତ ହେବା ପରେ ପୋଲିସ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ପୁଲିସ ଅଧିକ ତଦନ୍ତ କରୁଛି ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଗତ ମାର୍ଚ୍ଚ ମାସରେ କୋରାପୁଟ ଜିଲ୍ଲାର ଏକ କାରରୁ ଓଡିଶା ପୁଲିସ ୭.୯ କୋଟି ଟଙ୍କା ମୂଲ୍ୟର ନକଲି ନୋଟ ଜବତ କରିଥିଲା।