କେବେ ପିଲାଙ୍କ ଲାଗି ଆସିବ ‘କୋଭାଭେକ୍ସ’ ଟିକା କହିଲେ ପୁନାୱାଲା

ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟାଙ୍କୁ ମଧ୍ୟ ଭେଟିଛନ୍ତି।

ନୂଆଦିଲ୍ଲୀରେ ହୋଇଥିବା ଏହି ସାକ୍ଷାତ ପରେ ମିଡିଆ ସହ ଆଲୋଚନା କରି ପୁନାୱାଲା କହିଛନ୍ତି ଯେ, କେନ୍ଦ୍ର ସରକାର ଲଗାତାର ଭାବେ ଆମକୁ ସହଯୋଗ କରୁଛନ୍ତି। ସହଯୋଗ ପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରେ ଆଭାର ବ୍ୟକ୍ତ କରୁଛୁ। କୌଣସି ଆର୍ଥିକ ସମସ୍ୟା ନାହିଁ। ବୟସ୍କଙ୍କ ପାଇଁ ଅକ୍ଟୋବର ସୁଦ୍ଧା ବଜାରରେ କୋଭାଭେକ୍ସ ଟିକା ଆସିଯିବ ବୋଲି ଆମେ ଆଶା କରୁଛୁ। ଏଥିସହିତ ୨୦୨୨ର ପ୍ରଥମ ୩ ମାସ ମଧ୍ୟରେ ପିଲାଙ୍କ ଲାଗି କୋଭାଭେକ୍ସ ଟିକା ଆସିବ।